ସଂଚାର ବ୍ୟୁରୋ: ୱାଶିଂଟନରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଭେଟିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ଦୁଇ ନେତାଙ୍କ ମଧ୍ୟରେ ଗାଜା ପଣବନ୍ଦୀ, ଟାରିଫ, ଦ୍ବିପାକ୍ଷିକ ସମ୍ପର୍କ ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଇସ୍ରାଏଲ ଉପରେ ଆମେରିକାର ଲାଗୁ କରିଥିବା ଟାରିଫ ଏହି ଆଲୋଚନାର ପ୍ରମୁଖ ପ୍ରସଙ୍ଗ ହେବ ବୋଲି ସୂଚନା ମିଳିଛି। ଗାଜା ଯୁଦ୍ଧ ହେବା ପରଠାରୁ ଏହିଗସ୍ତ ହେବ ନେତନ୍ୟାହୁଙ୍କ ଦ୍ବିତୀୟ ଗସ୍ତ। ଗତ ଜାନୁଆରୀରେ ନେତନ୍ୟାହୁ ପ୍ରଥମ ଥର ଲାଗି ଆମେରିକା ଗସ୍ତ କରିଥିଲେ। ପ୍ରଥମ ଥର ଲାଗି ଟ୍ରମ୍ପଙ୍କୁ ଆମେରିକାରେ ଭେଟିବେ ନେତନ୍ୟାହୁ। ଗତ ଏପ୍ରିଲ ୨ ତାରିଖରେ ଟ୍ରମ୍ପ ଘୋଷଣା କରିଥିଲେ ଟାରିଫ ନୀତି। ଏଥିରେ ଇସ୍ରାଏଲ ଉପରେ ୧୭ ପ୍ରତିଶତ ଟାରିଫ ଲାଗୁ କରିଥିଲେ। ଟ୍ରମ୍ପଙ୍କ ନୂଆ ଟାରିଫ ନୀତି ଯୋଗୁ ଇସ୍ରାଏଲର ଅନେକ ଶିଳ୍ପ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି।