ଆ ଶିକ୍ଷାନୀତି ଲାଗୁ ହେବା ପରେ ସିଲାବସ ପରିବର୍ତ୍ତନ ପାଇଁ କମିଟି ଗଠନ କରିଛି ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ। ପ୍ରଥମରୁ ଅଷ୍ଟମ ଯାଏଁ ସିଲାବସ ପରିବର୍ତ୍ତନ ହେବ। ୨୦୨୬-୨୭ ଶିକ୍ଷାବର୍ଷରେ ଲାଗୁ ହେବ ଏହି ସିଲାବସ।ଏଥିପାଇଁ ପ୍ରସ୍ତୁତି ସହ କାମ ଆରମ୍ଭ ହୋଇଛି। କେନ୍ଦ୍ର ସରକାର NEPରେ ଯାହା ସ୍ଥାନ ପାଇଛି। ରାଜ୍ୟର ବି ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ନୂତନ ସିଲାବସ ଆସିବ। ଏହି କମିଟି ତର୍ଜମା କରୁଛି ରାଜ୍ୟ ପାଇଁ ଯାହା ଠିକ ହେବ ତାକୁ ସିଲାବସରେ ସ୍ଥାନ ଦିଆଯିବ। ଏନଇପି ଲାଗୁ ନେଇ ଦ୍ୱନ୍ଦ୍ୱ ନାହିଁ। ରାଜ୍ୟ ସରକାର ଯେଉଁ ସମୟ ସୀମା ଦେଇଛନ୍ତି ତାକୁ ମାନିବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ମାର୍ଚ୍ଚ ୩୧ ତାରିଖ ଯାଏଁ ଜଣେ ଶିଶୁଙ୍କୁ ନାମଲେଖା ଲାଗି ୬ ବର୍ଷ ହେବା ଦରକାର। କିନ୍ତୁ ସେଥି ପାଇଁ କିଛି ପିଲା ବାଦ ପଡିବେ। ରାଜ୍ୟ ସରକାର କୋହଳ କରି ସେପ୍ଟେମ୍ବର ୧କୁ ନେଇଛି। କୌଣସି ପିଲା ବାଦ ପଡିବେନି। NEP ଲାଗୁ ହୋଇଥିବାରୁ ପ୍ରଥମ ବର୍ଷ ଅନେକ ଲୋକ ସଚେତନ ହୋଇ ନଥିଲେ। ସେଥିପାଇଁ ସମୟ କୋହଳ କରାଯାଇଛି।.