ସଂଚାର ବ୍ୟୁରୋ: ଜେଲ୍ରେ ଗ୍ୟାଙ୍ଗ ୱାର । ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ୪ ୱାର୍ଡର ଆହତ । ନୟାଗଡ଼ ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଖୁଣ୍ଟୁବନ୍ଧସ୍ଥିତ ନୟାଗଡ଼ ଜିଲ୍ଲା ଜେଲ୍ରେ କଏଦୀଙ୍କ ସଂଘର୍ଷରେ ଆହତ ହୋଇଛନ୍ତି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ।
କୌଣସି କାରଣକୁ ନେଇ ହଠାତ୍ ଜେଲ୍ରେ ଥିବା କଏଦୀଙ୍କ ୨ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । କଏଦୀ ୨ ଗୋଷ୍ଠୀ ହାତାହାତି ହୋଇଥିବା ବେଳେ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଜେଲ୍ ଅଧୀକ୍ଷକ ଓ ୱାର୍ଡର । ସଂଘର୍ଷ ଶାନ୍ତ କରିବାକୁ ଯାଇ ଜେଲ୍ ଅଧୀକ୍ଷକଙ୍କ ସହ ୪ ଜଣ ୱାର୍ଡର ଆହତ ହୋଇଛନ୍ତି ।କଏଦୀଙ୍କ ୨ ଗୋଷ୍ଠୀ ମୁହାଁମୁହିଁରେ ଏକାଧିକ କଏଦୀ ମଧ୍ୟ ଆହତ ହୋଇଛନ୍ତି । ଜେଲ୍ ପରିସରରେ ଗୋଷ୍ଠୀ ସଂଘର୍ଷର ନେଇ ନୟାଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜେଲ୍ ଅଧୀକ୍ଷକ ବାବୁଲି ବାରିକ । ଏତଲା ପରେ ଜେଲ୍ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ନୟାଗଡ଼ ସଦର ଥାନା ପୋଲିସ ।
ଏହା ପୂର୍ବରୁ ଦଶହରା ରାତିରେ କଟକ ଚୌଦ୍ଵାର ମଣ୍ଡଳ କାରାଗାରରୁ ଚମ୍ପଟ ମାରିଥିଲେ ୨ ବିହାରୀ କଏଦୀ । କଏଦୀ ଫେରାର୍ ଘଟଣା ତଦନ୍ତ ପରେ ଜେଲ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍ତି ଡିଆଇଜି । ରିପୋର୍ଟରେ ଅଧୀକ୍ଷକ ଓ ଜେଲରଙ୍କ ଅବହେଳା କଥା ରିପୋର୍ଟରେ କୁହାଯାଇଥିବା ସୂଚନା ମିଳିଛି ।

