ସଂଚାର ବ୍ୟୁରୋ: ଯୌତୁକ ପାଇଁ ସ୍ତ୍ରୀକୁ ପିଟିପିଟି ହତ୍ୟା ଅଭିଯୋଗ । ନୟାଗଡ଼ ଶରଣକୂଳ ଥାନା ବଡଗୋରଡା ଗାଁରୁ ଆସିଛି ଗୁରୁତର ଅଭିଯୋଗ । ମୃତକ ହେଲେ ରଞ୍ଜିତା ପରିଡା । ୨୦୧୧ରେ ଆଙ୍କୁଲାଇପାଟଣା ଗ୍ରାମର ଗଦାଧର ପ୍ରଧାନଙ୍କ ଝିଅ ରଞ୍ଜିତା ବଡଗୋରଡା ଗ୍ରାମର ତ୍ରିନାଥ ବରାଡଙ୍କ ପୁଅ ତୋଫାନଙ୍କୁ ବିବାହ କରିଥିଲେ । ଉଭୟଙ୍କର ୧୩ବର୍ଷର ଝିଅ ଏବଂ ୯ବର୍ଷର ପୁଅ ଅଛନ୍ତି । ଯୌତୁକଙ୍କ ପାଇଁ ତୋଫାନ ବିଭିନ୍ନ ସମୟରେ ରଞ୍ଜିତାଙ୍କୁ ମାଡ ମାରୁଥିଲେ । ବାପଘରକୁ ଆସିଲା ପରେ ତୋଫାନଙ୍କ ପରିବାର ଲୋକେ ବୁଝାସୁଝା କରି ପୁଣି ଫେରାଇନେଉଥିଲେ । ଆଜି ସକାଳୁ ତୋଫାନ ତାଙ୍କ ବାପା , ମାଆ ଏବଂ ମାମୁ ମିଶି ମାଡମାରି ମାରିଥିବା ରଞ୍ଜିତା ଫୋନ ଯୋଗେ ଜଣାଇଥିଲେ । ରଞ୍ଜିତାଙ୍କ ଭାଇ ଏବଂ ବାପା ତାଙ୍କୁ ନୟାଗଡ ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ରଞ୍ଜିତାଙ୍କ ମୃତ୍ୟୁ ହୋଇଛି । ଅଭିଯୋଗ ପରେ ଶରଣକୂଳ ପୋଲିସ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି । ତେବେ ତୋଫାନ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡିଛି ।