ନୟାଗଡ଼ରେ ବାଣ ବିସ୍ଫୋରଣ। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ନୟାଗଡ଼ ସଦର ଥାନା ହୀରାଦେଇପୁର ଗାଁରେ ଘଟିଛି ଏହି ଅଘଟଣ l ଗୁରୁତର ଆହତ ହୋଇଥିବା ବ୍ଯକ୍ତି ହେଲେ ଅଶି ନାୟକ ଏବଂ ଶୁଭ ନାୟକ l ଗାଁରେ ବେଆଇନ ଭାବେ ଛୋଟ ବାଣ କାରବାର ହେଉଥିଲା l ବାଣ ଥୁଆ ହୋଇଥିବା ବେଳେ ଗ୍ୟାସ ହୋଇ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି l ଏ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି lନୟାଗଡ଼ ସଦର ଥାନା ପୋଲିସ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି l

