ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିମନ୍ତ୍ରଣ ରକ୍ଷା କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତାକାଲି ଷ୍ଟାଲିନଙ୍କ ନେତୃତ୍ବରେ ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ୍ ବୈଠକରେ ଯୋଗଦେବ ବିଜେଡି । ଏନେଇ ସହମତି ଜଣାଇଛନ୍ତି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବୈଠକରେ ନବୀନ ନିଜେ ଯୋଗନଦେଉଥିଲେ ବି ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ବିଜେଡି ପ୍ରତିନିଧି ଦଳ ଭାବେ ଯୋଗଦେବାକୁ ଅନୁମତି ଦେଇଛନ୍ତି ନବୀନ । ଯାହାକୁ ନେଇ ରାଜନୀତି ଉଷ୍ମ ହେବାରେ ଲାଗିଛି ।