ସଂଚାର ବ୍ୟୁରୋ : ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତରେ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ଲୋକଂକ ନେତା, ତେଣୁ ଲୋକଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝିବେ। ଜନସାଧାରଣଙ୍କ ସାଥିରେ ଯୋଡି ହେବା ପାଇଁ ସେ ଗସ୍ତରେ ଯିବେ। ସଂଗଠନ ଓ କର୍ମୀଙ୍କୁ ସକ୍ରିୟ କରିବାକୁ ଦେବେ ପରାମର୍ଶ। ନବୀନ ପଟ୍ଟନାୟକ ଏବେ ବି ଲୋକଙ୍କ ହୃଦୟରେ ଅଛନ୍ତି। ବିଜୁ ବାବୁଙ୍କ ଅବର୍ତ୍ତମାନ ଏବେବି କାମ କରୁଛି। ନବୀନ ସବୁବେଳେ ଓଡିଶାର ବିକାଶ ପାଇଁ କାମ କରୁଛନ୍ତି l ନବୀନଙ୍କ ଲକ୍ଷ୍ୟ ଓଡ଼ିଶାର ବିକାଶ ଆଉ ବିକାଶ l ବିଜେଡ଼ି ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଏଭଳି ସୂଚନା ଦେଇଛନ୍ତି । ରାଜ୍ୟରେ ବିଜେଡ଼ର ପରାଜୟ ପରେ ଏବେ ସଙ୍ଗଠନକୁ ସଜାଡ଼ିବା ପ୍ରୟାସ ଆରମ୍ଭ ହୋଇଥିବାବେଳେ ନବୀନ ନିଜେ ଲୋକଙ୍କ ପାଖକୁ ଯିବେ ବୋଲି କୁହାଯାଉଛି ।