Thursday, January 15, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ନୂଆପଡ଼ାରୁ ବିଜେପିକୁ ନବୀନଙ୍କ ପ୍ରଶ୍ନବାଣ, କହିଲେ…

Sanchar Live by Sanchar Live
November 3, 2025
in ଓଡିଶା
0
ନୂଆପଡ଼ାରୁ ବିଜେପିକୁ ନବୀନଙ୍କ ପ୍ରଶ୍ନବାଣ, କହିଲେ…
0
SHARES
156
VIEWS
FacebookTwitter

ଆଜି ନୂଆପଡା ପ୍ରଚାର ମଇଦାନକୁ ଓହ୍ଲାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଆଗରୁ ଭୋଟ ଚୋରି କରି ସରକାର କରିଥିଲେ,ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି ।ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ ।
କୋମନା ତରବୋଡାରେ ନୂଆପଡାବାସୀଙ୍କୁ ନବୀନ ସମ୍ବୋଧନ କରି ଏଭଳି ଜୋରଦାର ଆକ୍ରମଣ କରିଛନ୍ତି । ଜୟ ମା’ ମାଣିକେଶ୍ଵରୀ ସମ୍ବୋଧନ ସହ ଆରମ୍ଭ ହୋଇଥିଲା ନବୀନଙ୍କ ଆକ୍ରମଣ ।ସେ କହିଥିଲେ, ନୂଆପଡ଼ା ଆସିଲେ ବିଜୁବାବୁଙ୍କ କଥା ମନେପଡ଼େ । ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ଯୋଡ଼ି ହୋଇଥିଲା । ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ୱେ ହୋଇଥିଲା । ୧୦ ହଜାରରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇଥିଲା । ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା । ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ହେବା ସହ ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା । ମିଶନ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା ।
ବିଜେପିକୁ ଆକ୍ରମଣ କରି ସେ କହିଥିଲେ ଯେ, ଆଗରୁ ଭୋଟ ଚୋରି କରି ସରକାର କରିଥିଲେ,ଆଉ ଏବେ ପ୍ରାର୍ଥୀ ଚୋରି କରିଛନ୍ତି ।ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ । ବିଜେପି ସରକାରରେ ବିକାଶ କିଛି ନାହିଁ । ଏହା ସହ ସେ ବିଜେପିକୁ ଅନେକ ପ୍ରଶ୍ନ ପଚାରିଥିଲେ ।
ନବୀନଙ୍କ ପ୍ରଶ୍ନ ମଧ୍ୟରେ ପ୍ରମ୍ମୁଖ ଥିଲା :
-୩ ଶହ ୟୁନିଟ ମାଗଣା ବିଜୁଳି କୁଆଡ଼େ ଗଲା ?
-ସବୁ ବରିଷ୍ଠ ନାଗରିକଙ୍କୁ ୩,୫୦୦ ଟଙ୍କାର ପେନସନ ମିଳୁଛି କି ?
-କଟନୀ ଛଟନୀ ବନ୍ଦ ହେଲା କି ?
-ଗାଁ ଗାଁରେ କେତେ ଯୁବକ ଚାକିରି ପାଇଛନ୍ତି ?
-ମିଶନ ଶକ୍ତି ମାଆମାନଙ୍କୁ ଋଣ ମିଳୁଛି କି ?
-BSKY ଭଲ ଥିଲା ନା ଆୟୁଷ୍ମାନ ?
– ଆଇନଶୃଙ୍ଖଳା ପରିସ୍ଥିତ କଥା ନକହିବା ଭଲ ?
-ରାଜ୍ୟରେ କେତେ ସୁରକ୍ଷିତ ମହିଳା
-ସମସ୍ତ ଚାଷୀ ଭାଇଙ୍କୁ ସାର ମିଳିଛି କି ?
ଶେଷରେ ସେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରି କହିଥିଲେ ଯେ, ଆପଣ ମାନେ ବିଜୁ ଜନତା ଦଳକୁ ଆଶୀର୍ବାଦ କରନ୍ତୁ । ମାଆ ମାନଙ୍କୁ ମୋର ଗୁହାରୀ, ମୋତେ ଆଶୀର୍ବାଦ କରନ୍ତୁ । ଶେଷ ଜୀବନ ଯାଏଁ ମୁଁ ଓଡ଼ିଶା ମାଆର ସେବା ଜାରି ରଖିବି ।

Tags: bjd campaignNaveen patnaiknuapada
ShareTweetShareSend
Sanchar Live

Sanchar Live

Next Post
ବିଜେପିରେ ମିଶିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ବିଜେପିରେ ମିଶିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ
  • ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ
  • ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଲଜ୍ଜା
  • ମକର ସଂକ୍ରାନ୍ତିରେ ଅଘଟଣ : ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା
  • ଆଜି ମକର ସଂକ୍ରାନ୍ତି

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.