ସଂଚାର ବ୍ୟୁରୋ: କମ୍ପୁଛି ନୂଆପଡ଼ା ମଇଦାନ। ପୁଣି ଆସନ୍ତା ୭ ତାରିଖରେ ନୂଆପଡ଼ା ଯିବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏନେଇ ଭିଡିଓ ବାର୍ତ୍ତାରେ ସେ ସୂଚନା ଦେଇଛନ୍ତି। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିବା ସହ କର୍ମୀଙ୍କ ନିକଟରେ ଭରିଥିଲେ ଜୋସ୍। ନବୀନଙ୍କୁ ନିକଟରେ ପାଇ ନୂଆପଡାବାସୀ ହୋଇଥିଲେ ଖୁସି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବା ଲାଗି ପୁଣି ଥିଲେ ନୂଆପଡା ଗସ୍ତ କରିବେ ନବୀନ।

