ସଂଚାର ବ୍ୟୁରୋ: ଚାଷୀଙ୍କୁ ଭେଟିବେ ନବୀନ। ଜମି ନିକଟକୁ ଯାଇ ଚାଷୀଙ୍କୁ ଭେଟିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆସନ୍ତା ୩୦ ତାରିଖ ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। ପ୍ରଥମେ କବିସୂର୍ଯ୍ୟନଗର, ଆସିକା ଓ ହିଞ୍ଜିଳି ଅଚଂଳ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି। ଏହାପରେ ଚାଷୀଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀ ଆତ୍ମହତ୍ୟା ଅଭିଯୋଗ ନେଇ ଏବେ ଗଂଜାମ ଜିଲ୍ଲାରେ ଚର୍ଷାରେ ରହିଛି। ଚାଷୀଙ୍କ ଅସୁବିଧା ବୁଝିବାକୁ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ