ଆଜି ଅହମ୍ମଦାବାଦରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ସେହି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଦୁର୍ଘଟଣା ପରଠାରୁ ପ୍ରଧାନମନ୍ତ୍ରୀ ମୋଦି ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । ଦୁର୍ଘଟଣାସ୍ଥଳରେ ପରିସ୍ଥିତିର ସମୀକ୍ଷା ପରେ ମୋଦି ହସ୍ପିଟାଲରେ ଚିକିତ୍ସାଧୀନ ଆହତମାନଙ୍କ ସହିତ ମଧ୍ୟ ସାକ୍ଷାତ କରିପାରନ୍ତି । ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ” ଦୁର୍ଘଟଣା ଖବର ଶୁଣି ମୁଁ ସ୍ତବ୍ଧ ଏବଂ ଦୁଃଖିତ । ଏହା ଏକ ହୃଦୟ ବିଦାରକ ଘଟଣା । ଦୁର୍ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କୁ ଓ ସେମାନଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ।
ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ଭ । ଅହମ୍ମଦାବାଦରେ ଗୁରୁବାର ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ତଦନ୍ତ ପାଇଁ ଅହମ୍ମଦାବାଦରେ ପହଞ୍ଚିଲେ DGCA ଟିମ୍ । ଦିଲ୍ଲୀ ଓ ବେଙ୍ଗାଳୁରୁରୁ DGCA ଟିମ୍ ଅହମ୍ମଦାବାଦରେ ପହଞ୍ଚିଲେ । ହମ୍ମଦାବାଦ ବିମାନ ଦୁର୍ଘଟଣାର ନିରପେକ୍ଷ ତଦନ୍ତ କରାଯିବ । କାହାରିକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ । ନାଇଡୁଙ୍କ ସହିତ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୁରୁବାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ଭୟଙ୍କର ବୋଲି ସେ କହିଛନ୍ତି।