ସଂଚାର ବ୍ୟୁରୋ: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନବନ୍ଦର ନିକଟରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ । ତେବେ ସେ ନିଜର ଆଭିଭାଷଣ ଜୟ ଜଗନ୍ନାଥ…ଜୟ ଜଗନ୍ନାଥରୁ ଆରମ୍ଭ କରିଥିଲେ। ଏହାସହ କହିଥିଲେ କି, ଓଡ଼ିଶାର ଭାଇ-ଭଉଣୀମାନଙ୍କୁ ମୋର ନମସ୍କାର, ଜୁହାର। ଓଡ଼ିଶାର ସବୁ ପରିବାର ମା’-ମାଉସୀ, ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିକଟରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ପର୍ବରେ ଯୋଗଦେବାର ସୁଯୋଗ ମିଳିଥିଲା। ସେଠାରେ ଓଡ଼ିଶାର ଚା’ ପିଇଥିଲି। ତିନିଦିନିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ଏହା କହିଛନ୍ତି।
ବିମାନବନ୍ଦର ନିକଟରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନ ଫଳ, ହରିୟାଣା ନିର୍ବାଚନ ଫଳ ପରେ ଦେଶରେ ବିଶ୍ବାସ ଭରିଛି। ଏହି ବିଜୟର ଆୟମାରମ୍ଭ ଓଡ଼ିଶାରୁ ହୋଇଛି। ବିରୋଧୀ ଦଳ ମୋଦୀ ସରକାରଙ୍କ ବିରୋଧରେ ସବୁବେଳେ ଅପପ୍ରଚାର କରୁଛନ୍ତି। କିନ୍ତୁ ଜନତା ମୋଦୀ ସରକାରଙ୍କୁ ଆଶୀର୍ବାଦ କରୁଛନ୍ତି। ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ କିଛି ଲୋକ କହୁଥିଲେ ଓଡ଼ିଶାରେ ବିଜେପିର ବଳ ନାହିଁ।
ମାତ୍ର ନିର୍ବାଚନ ଫଳାଫଳ ଓଲଟା ଦେଖାଗଲା। ଯେଉଁ ରାଜ୍ୟରେ ଆମ ସରକାର ନଥିଲା, ସେଠାରେ ଆମର ଯୋଜନାର ନାମକୁ ବଦଳାଇ ଦେଉଥିଲେ। କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ସବୁବେଳେ ସମର୍ଥନ ଦେଇ ଆସୁଛନ୍ତି। କେନ୍ଦ୍ରରେ ଓଡ଼ିଶାର ପ୍ରତିନିଧିତ୍ବକୁ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରର କାର୍ଯ୍ୟ ଓଡ଼ିଶାବାସୀ ଗ୍ରହଣ କରିଛନ୍ତି। ଓଡ଼ିଶାକୁ ବିଜେପି ନୂଆନୂଆ ଯୋଜନା ଭେଟି ଦେଇଛି।
ବିପକ୍ଷ ଦଳ ବିଜେପି ସରକାର ବିରୋଧରେ ଅପପ୍ରଚାର କରୁଛନ୍ତି ହେଲେ ଜନତା ବିଜେପି ସରକାରର କାମକୁ ଦେଖି ତାଙ୍କୁ ଆଶୀର୍ବାଦ ଦେବା ପାଇଁ ମୈଦାନକୁ ଆସନ୍ତି । ନିର୍ବାଚନ ପୂର୍ବରୁ ବଡ ବଡ ପଲିଟିକାଲ ଏକ୍ସପର୍ଟ କହୁଥିଲେ ଓଡିଶାରେ ବିଜେପି ଛିଡା ହୋଇପାରିବନି । ହେଲେ ଯେତେବେଳେ ଫଳାଫଳ ଆସିଲା ଯେଉଁମାନେ ନିଜକୁ ତିସମାର ଖାନ ଭାବୁଥିଲେ ସେମାନେ ଚୁପ ହୋଇଗଲେ । ଓଡିଶାର ଲୋକମାନେ ବିଜେପିର କାମକୁ ବିଶ୍ୱାସ କରିଛନ୍ତି । ଯେତେବେଳେ ରାଜ୍ୟରେ ଆମ ସରକାର ନଥିଲା ଆମ ଯୋଜନାର ନାଁକୁ ବଦଳାଇ ଦେଉଥିଲେ । ତଥାପି ଆମେ କାମ କରିଚାଲିଥିଲୁ । ମୁଁ କହି ରଖୁଛି ଭାରତ ସରକାରରେ ଯେତିକି ଓଡିଆ ପ୍ରତିନିଧିତ୍ୱ ରହିଛି ଆଗରୁ କେବେ ହୋଇନଥିଲା । ଆମେ ଓଡିଶା ପାଇଁ ନୂଆ ନୂଆ ଯୋଜନା କରିଥିଲୁ ସବୁ ବର୍ଗର ସମାନ ଭାବେ ସେବା କରିଥିଲୁ । ତେଣୁ ଏଠିକାର ଜନତା ବିଜେପି ଉପରେ ଭରସା କଲେ ଆଉ ହୃଦୟ ଖୋଲି ଆଶୀର୍ବାଦ ଦେଲେ । ଭାଷା କେବେ ପ୍ରତିବନ୍ଧକ ହେଲାନି କାରଣ ଭାବ ଶକ୍ତିଶାଳୀ ଥିଲା ।
ଆମେ ୨୦୧୪ରେ ଆସିଲୁ, ୨୦୨୯ରେ ଆସିଲୁ ଯେତିକି ପ୍ରଭାବ ଥିଲା ତାଠାରୁ ଅଧିକ ପ୍ରଭାବ ୨୦୨୪ରେ ରହିଛି । ମୁଁ ମାନୁଛି ରାଜନୀତିରେ ନୀତିଗତ ବିରୋଧ ବହୁତ ସ୍ୱଭାବିକ । ଯେଉଁ ଲୋକ ସତ୍ତାକୁ ନିଜ ଜନ୍ମଗତ ଅଧିକାର ଭାବୁଥିଲେ । ସେମାନଙ୍କ ପାଖରେ କେନ୍ଦ୍ରର ସତ୍ତା ଗତ ଏକ ଦଶକରୁ ହରାଇ ସାରିଛନ୍ତି । ସେମାନଙ୍କର ରାଗ ଜନତାଙ୍କ ଉପରେ ବି ରହିଛି । ସେମାନଙ୍କ ଜିଦ ପାଇଁ ସେମାନେ ଦେଶ ବିପକ୍ଷରେ ଷଡଯନ୍ତ୍ର କରୁଛନ୍ତି । ଦେଶକୁ ଖରାପ ରାସ୍ତାରେ ନେଇ ଯିବାକୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ମୁଁ ସବୁ ଦେଶବାସୀଙ୍କୁ କହିବାକୁ ଚାହୁଁଛି ଆମକୁ ସବୁସ୍ଥିତିରେ ସତର୍କ ରହିବାକୁ ହେବ । ଲୋକଙ୍କୁ ସଚେତନ କରିବାକୁ ହେବ । ସତ୍ତାର ଭୋକିଲା ଏହି ଲୋକ ଜନତାଙ୍କୁ ମିଛ କହି ଆସୁଛନ୍ତି ।

