ସଂଚାର ବ୍ୟୁରୋ: କଟକ ଜିଲ୍ଲା ନରସିଂହପୁର ମେଡ଼ିକାଲରେ ଦେଖିବାକୁ ମିଳିଛି ବିକଳ ଚିତ୍ର। ଲାଇନ କଟିଲେ ଏବେବି ମୋବାଇଲ ଫୋନ୍ ଲାଇଟରେ ହେଉଛି ଚିକିତ୍ସା। ଗତକାଲି ବିଳମ୍ବିତ ରାତିରେ ଲାଇନ କଟିଯିବାରୁ ନରସିଂହପୁର ମେଡିକାଲରେ ଅଧଘଣ୍ଟା ସମ୍ପୂର୍ଣ୍ଣ ୱାର୍ଡ ଅନ୍ଧାରରେ ରହିଥିବା ବେଳେ ମୋବାଇଲ ଲାଇଟରେ ହେଲା ଚିକିତ୍ସା । ଗରମରେ ସଢ଼ିଲେ ରୋଗୀ। ମେଡିକାଲରେ ଡିଜି ମେସିନ, ଇନଭର୍ଟର ଓ ସୋଲାର ଲାଇଟ ଅଛି ।କିନ୍ତୁ ଆବଶ୍ୟକ ବେଳେ ଏହା କାମରେ ଆସୁନି॥ ଇନଭର୍ଟର ଓ ସୋଲାର ଲାଇଟର ଚାର୍ଜ ସରିଯାଇଥିବା ବେଳେ ଡ଼ିଜି ମେସିନ ଥାଇ ମଧ୍ୟ ଡିଜେଲ ନଥିବାରୁ ପ୍ରାୟ ଅଧଘଣ୍ଟା ମେଡିକାଲ ଅନ୍ଧାରରେ ରହିଥିଲା। ଅହସ୍ୟ ଗୁଳିଗୁଳି ଗରମରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ ରୋଗୀ। ଗାମୁଛାରେ ବିଞ୍ଚି ହେଉଥିବା ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ ମୋବାଇଲ ଲାଇଟରେ ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ଯାହା ଫଳରେ ରୋଗୀ ଓ ସମ୍ପର୍କୀୟ ଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି।। ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧି ମାନେ ମେଡିକାଲ ରେ ପହଁଞ୍ଚିବା ପରେ କିଛି କର୍ମଚାରୀ ତତ୍ପର ପ୍ରକାଶ କରି ଡିଜି ମେସିନ ଲଗାଇବା ପରେ ବିଦ୍ୟୁତ ସେବା ସ୍ୱାଭାବିକ ହୋଇଥିଲା।