ପଞ୍ଚଭୂତରେ ଲିନ ହେଲେ ବଲିଉଡ୍ର ମହାନ ଅଭିନେତା ନାନା ପାଟେକର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁଣେ ଫାର୍ମହାଉସ୍ରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ। ସୀମାରୁ ନେଇ ସିନେମା ପର୍ଯ୍ୟନ୍ତ ନିଜର ଅପ୍ରତିଦ୍ୱନ୍ଦ୍ୱୀ ଛାପ। ୭୫ ବର୍ଷ ବୟସରେ ନାନାଙ୍କର ପରଲୋକ ଘଟିଛି। ଗୋଆର ଡୋନା ପାଉଲାସ୍ଥିତ ବାସଭବନରେ ହୃଦ୍ଘାତ ଯୋଗୁଁ ସେ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କୁ ମଣିପାଲ୍ ହସ୍ପିଟାଲ୍ ନିଆଯାଇଥିଲା। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ‘ସିପିଆର୍’ ଦେଇ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ସଫଳ ହୋଇନଥିଲା।”
ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ନାନା ପାଟେକର ଜଣେ ବନ୍ଧୁଙ୍କୁ ସେ ଅସୁସ୍ଥ ଅନୁଭବ କରୁଥିବା ନେଇ ବାର୍ତ୍ତା ପଠାଇଥିଲେ। ରାତି ପ୍ରାୟ ୨ଟା ୩୦ରେ ପଠାଯାଇଥିବା ଏହି ବାର୍ତ୍ତାରେ ତାଙ୍କ ବାମପଟ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ ବୋଲି ଡାକ୍ତରୀ ସୂତ୍ରରୁ ଜଣାପଡ଼ିଛି,ବନ୍ଧୁ ଏହି ବାର୍ତ୍ତା ଦେଖି ଭୋର ୪ଟାରେ ତାଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ନାନା ପାଟେକର ଝାଳରେ ଭିଜି ଯାଇଥିଲେ।”
ତୁରନ୍ତ ଆମ୍ବୁଲାନ୍ସ ଡକାଯାଇ ଘରେ ହିଁ ‘ସିପିଆର୍’ ଆରମ୍ଭ କରାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିଲା। ଗତକାଲି ଗୋଆରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ନାନା ପାଟେକରଙ୍କ ପାର୍ଥିବ ଶରୀରକୁ ପୁଣେ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ପୁଣେ ଜିଲ୍ଲାର ଖଡ଼କୱାସଲା ନିକଟ ଡୋଞ୍ଜେସ୍ଥିତ ତାଙ୍କ ଫାର୍ମହାଉସ୍କୁ ନିଆଯାଇ ସେଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହିତ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।”

