ସଂଚାର ବ୍ୟୁରୋ: ଶେଷରେ ମୁଣ୍ଡ ନୁଆଁଇଲା ପାକିସ୍ତାନ କ୍ରିକେଟ ବୋର୍ଡ । ଏସିସି ଅଧ୍ୟକ୍ଷ ମୋହସିନ ନକଭୀ ଏସିଆ କପ ଟ୍ରଫିକୁ ୟୁଏଇ କ୍ରିକେଟ ବୋର୍ଡକୁ ହସ୍ତାନ୍ତର କରିଛି । ଭାରତର ମହାଭିଯୋଗ ଚେତାବନୀ ପରେ ଟ୍ରଫି ଫେରାଇଲେ । ଏସିଆ କପ୍ ୨୦୨୫ ଟ୍ରଫିକୁ ନେଇ ହଙ୍ଗାମା ମଧ୍ୟରେ ସେପ୍ଟେମ୍ବର ୩୦ ତାରିଖରେ ACC ବୈଠକ ହୋଇଥିଲା । BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ଅନ୍ୟ ଜଣେ ପ୍ରତିନିଧି ଆଶିଷ ଶେଲାର ବୈଠକରେ ଅଂଶଗ୍ରହଣ କରିଥିଲେ । ବିଜୟୀ ଟିମକୁ କାହିଁକି ଟ୍ରଫି ଦିଆଗଲାନି ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏସିସି ଏବଂ ପିସିବି ମୁଖ୍ୟ ମୋହସିନ ନକଭିଙ୍କୁ ପ୍ରଶ୍ନ କରିଥିଲେ । ଏହା ଏସିସି ଟ୍ରଫି ଏବଂ ଏହାକୁ ବିଜୟୀ ଦଳକୁ ଆନୁଷ୍ଠାନିକ ଭାବରେ ପ୍ରଦାନ କରାଯିବା ଉଚିତ ଥିଲା ବୋଲି ସେ କହିଥିଲେ ।
BCCI ଏସିଆ କପ୍ ଟ୍ରଫି ପ୍ରସଙ୍ଗ ଉଠାଇଥିଲା । ନକଭି ପରବର୍ତ୍ତୀ ସମୟରେ କ୍ଷମା ପ୍ରାର୍ଥନା କରିଥିଲେ । ଫାଇନାଲରେ ଭାରତ ଜିତିବା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ମହସିନ ନକଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିନଥିଲା ଟିମ୍ ଇଣ୍ଡିଆ । ଭାରତୀୟ ଖେଳାଳି ପୂର୍ବରୁ ସ୍ପଷ୍ଟ କରିଥିଲେ କି, ନକଭୀଙ୍କ ଠାରୁ ଟ୍ରଫି ସ୍ବୀକାର କରିବେ ନାହିଁ ଆଉ ଟ୍ରଫି ଏମିରେଟସ କ୍ରିକେଟ ବୋର୍ଡର ଭାଇସ ଚେୟାରମ୍ୟାନଙ୍କ ହାତରୁ ନେବାକୁ ଦାବି କରିଥିଲା । କିନ୍ତୁ ନକଭୀ ଭାରତୀୟ ଟିମର ଏଭଳି ସର୍ତ୍ତକୁ ମାନିନଥିଲା । ଫଳରେ ଟିମ୍ ଇଣ୍ଡିଆ ମ୍ୟାଚ ଜିତିବା ପରେ ୧ ଘଣ୍ଟା ପଡିଆରେ ଅପେକ୍ଷା କରିଥିଲେ । ଭାରତୀୟ ଖେଳାଳିଙ୍କ ଦାବି ପୂରଣ ନ ହେବାରୁ ସେମାନେ ଟ୍ରଫି ନ ନେଇ ଡ୍ରେସିଂ ରୁମକୁ ଫେରିଥିଲେ ।
ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଯଦି ଟ୍ରଫି ନେବାକୁ ଚାହୁଁଛନ୍ତି, ତେବେ ନିଜେ ଆସି ଟ୍ରଫି ନେଇଯାଆନ୍ତୁ ବୋଲି କହିଥିଲେ ନକଭୀ । ଯାହାପରେ ଅନେକ ବିବାଦ ଦେଖାଦେଇଥିଲା । ତେବେ ଏବେ ୟୁଏଇକୁ ଟ୍ରଫି ମିଳିବା ପରେ ଖୁବଶୀଘ୍ର ଭାରତକୁ ଟ୍ରଫି ମିଳିଯିବ ବୋଲି ଆଶା କରାଯାଉଛି ।

