ସଂଚାର ବ୍ୟୁରୋ: କୁହାଯାଏ ରଖେ ହରି ତ ମାରେ କିଏ ? ଯାହାର ଉଦାହରଣ ଦେଖିବାକୁ ମିଳିଛି । ଶ୍ରେଣୀ ଗୃହରେ ଡ୍ରେସ୍ ବାଣ୍ଟୁଥିଲେ ପ୍ରଧାନଶିକ୍ଷୟିତ୍ରୀ। ହଠାତ୍ ଛାତରୁ ଖସିପଡ଼ିଲା ପଙ୍ଖା। ଯାହାଫଳରେ ଆହତ ହୋଇଛନ୍ତି ପ୍ରଧାନଶିକ୍ଷୟିତ୍ରୀ। ସୌଭାଗ୍ୟକୁ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି। ଆଜି ଏପରି ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଘଟିଛି।
ଉମରକୋଟ ବ୍ଲକ୍ କରଣ୍ଡିଆଗୁଡା ଗାଁର ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଉଥିଲା। ପ୍ରଧାନଶିକ୍ଷୟିତ୍ରୀ ନମିତା ରାୟଙ୍କ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ଛାତରୁ ପଙ୍ଖା ଖସି ପଡ଼ିଥିଲା। ପଙ୍ଖାର ଡେଣା ପ୍ରଧାନଶିକ୍ଷୟିତ୍ରୀଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ବାଜିଥିଲା। ଯେଉଁଥିପାଇଁ ସେ ତଳେ ପଡ଼ି ଯାଇଥିଲେ। ସେ ଆହାତ ହୋଇଥିଲେ। ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସୌଭାଗ୍ୟକୁ କୌଣସି ଛାତ୍ରଛାତ୍ରୀ ଆହତ ହୋଇନାହାନ୍ତି।