ସଂଚାର ବ୍ୟୁରୋ: ଭୁବନେଶ୍ଵର ବରମୁଣ୍ଡା ନବଘନ ପାଟ୍ଟଶାଣୀ ହତ୍ଯା ଘଟଣା। ଅଭିଯୁକ୍ତ ବଣ୍ଟିକୁ ନେଇ ପୋଲିସର ସିନ ରିକ୍ରିଏସନ। ଅଭିଯୁକ୍ତ ବଣ୍ଟିକୁ ଧରି କ୍ରାଇମ ସ୍ପଟରେ ତନାଘନା କଲା ପୋଲିସ। ସିନ୍ ରିକ୍ରିଏସନ ପାଇଁ ଅଭିଯୁକ୍ତକୁ ନେଇ ଯାଇଥିଲା ପୋଲିସ। କେମିତି ଘଟାଇଥିଲା ଏ ଭୟଙ୍କର ହତ୍ଯାକାଣ୍ଡ। ପୋଲିସକୁ ଟିକିନିଖି କହିଛି ଅଭିଯୁକ୍ତ ବଣ୍ଟି। ତନାଘନା ପରେ ଉଠିଛି ହତ୍ଯାକାଣ୍ଡ ଉପରୁ ପରଦା। ଶ୍ରୀ ସାଇ ଲଜରେ ଘଟିଥିଲା ଏ ହତ୍ଯାକାଣ୍ଡ। ନବଘନଙ୍କୁ ଲଜକୁ ଡାକି ଛୁରୀ ଭୁସି ହତ୍ଯା କରିଥିଲା ଅଭିଯୁକ୍ତ ବଣ୍ଟି। ଏହାପରେ ମୃତଦେହକୁ ଏକ ଗାଡ଼ିରେ ନେଇ ନିଆଳି ଅଞ୍ଚଳରେ ଫିଙ୍ଗି ଦେଇଥିଲା। ଟଙ୍କା ନେଣଦେଣକୁ ନେଇ ଏହି ହତ୍ଯାକାଣ୍ଡ ଘଟିଥିବା କହିଛି ପୋଲିସ। ବଣ୍ଟି ନବଘନ ପାଟ୍ଟଶାଣୀଙ୍କ ନିକଟରେ କାମ କରୁଥିଲା।…ନବଘନ ପାଟ୍ଟଶାଣୀ ଗତ ୧୭ ତାରିଖରେ ବରମୁଣ୍ଡାରୁ ନିଜ କାର ଧରି ବାହାରିଥିଲେ। କିନ୍ତୁ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ ଏଫଆଇଆର ଦେଇଥିଲେ। ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ ନଗର ଅଞ୍ଚଳରୁ ଗାଡିକୁ ଧରି ଭରତପୁର ପୋଲିସ ଜିମା ଦେଇଥିଲେ । ସେତବେଳେ ଗାଡି ବନ୍ଧକ ରଖି ନବଘନ କିଛି ଟଙ୍କା ଧାର ନେଇଥିବା ପୋଲିସ ଜାଣିବାକୁ ପାଇଥିଲା। ତାଙ୍କର ମୃତଦେହ ନିଆଳି ସ୍ଥିତ ଗୋବିନ୍ଦପୁର ଥାନା ଅଧିନ କନ୍ଦଳ ନଦୀର ଉରାଡ଼ ଠାରୁ ମିଳିଥିଲା।