ବାଂଲାଦେଶରେ ହିନ୍ଦୁ ବିରୋଧୀ ଘଟଣା ପରେ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ନେଇ ଚର୍ଚ୍ଚା । ଆଇପିଏଲ୍ ୨୦୨୬ରେ ଅଂଶଗ୍ରହଣ କରିପାରିବେ ନାହିଁ ମୁସ୍ତାଫିଜୁର ରେହମାନ । ବିସିସିଆଇର ସଚିବ ଦେବଜିତ ସାଇକିଆ ଏନେଇ ସ୍ପଷ୍ଟ କରିଛନ୍ତି । ସେ କେକେଆରକୁ କଡ଼ାକଡି ଭାବେ ସ୍ପଷ୍ଟ କରି କହିଛନ୍ତି ଯେ, ତୁରନ୍ତ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ସେମାନଙ୍କ ଦଳରୁ ରିଲିଜ କରିବାକୁ କହିଛନ୍ତି ।
ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଛି । ବିସିସିଆଇ ନିଷ୍ପତ୍ତି ଅନୁଯାୟୀ, ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାଦ ଦିଆଯାଇଛି । ବୋର୍ଡ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସକୁ ବାଂଲାଦେଶୀ ଦ୍ରୁତ ବୋଲରଙ୍କୁ ଦଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । BCCI ସଚିବ ଦେବଜିତ ସାଇକିଆ ଏହା ଘୋଷଣା କରି କହିଛନ୍ତି ,ଯେ ବୋର୍ଡ ବର୍ତ୍ତମାନର ପରିସ୍ଥିତିକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନେଇଛି ।
ସମ୍ପ୍ରତି ନିଲାମରେ KKR ବାମହାତୀ ଦ୍ରୁତ ବୋଲରଙ୍କୁ ₹୯.୨୦ କୋଟି ଟଙ୍କାରେ କିଣିଥିଲା । ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣ ଭିତରେ ଶାହରୁଖଙ୍କ ଟିମ୍ ମୁସ୍ତଫିଜୁରଙ୍କୁ କିଣିବାକୁ ଦେଶ ବିରୋଧୀ ବୋଲି ଅନେକ କହିଥିଲେ । ଏଥିପାଇଁ ଶାହରୁଖଙ୍କ ବିରୋଧରେ ଅନେକ ଲୋକ ବୟାନ ଦେଇଥିଲେ ।

