ସଂଚାର ବ୍ୟୁରୋ: ପୁରୀ ହୁଳୁହୁଳିଆ ପୋଲ ନିକଟ ମୂଷା ନଈ ମଝିରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ l ପୁରୀ ତହସିଲଦାରଙ୍କ ଉପସ୍ଥିତିରେ ରାସ୍ତାକୁ ଉଛେଦ କରାଯାଇଛି l ମୂଷା ନଈ ମଝିରେ ବେଆଇନ ରାସ୍ତା ନିର୍ମାଣ କରାଯାଉଥିବା ନେଇ ପୁରୀ ଆମ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରାଯିବା ସହ ତହସିଲଦାରଙ୍କ ଅଫିସ ସମ୍ମୁଖରେ ଅନଶନ କରାଯାଇଥିଲା l ତେବେ ବିଭିନ୍ନ ଆଡୁ ବିରୋଧ ପରେ ପୁରୀ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ସୂଚନାଯୋଗ୍ୟ ମୂଷା ନଈ ନିକଟରେ ରେଳ ବିଭାଗର କୌଣସି କାର୍ଯ୍ୟ ଚାଲିଥିବା ବେଳେ ଏହି କାର୍ଯ୍ୟ ଆଜି ଟ୍ରକ ଏବଂ ଗାଡି ମୋଟର ଯିବା ଆସିବା କରିବା ଲାଗି ନଈ ମଝିରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିବା କହିଛନ୍ତି ସେଠାରେ କାର୍ଯ୍ୟ କରୁଥିବା ବ୍ୟକ୍ତି l ତେବେ ଆଜି ପୁରୀ ତହସିଲଦାର ଏବଂ ପୋଲିସ ଉପସ୍ଥିତିରେ ମୂଷା ନଈ ମଝି ନିର୍ମାଣ କରାଯାଇଥିବା ରାସ୍ତାକୁ ଉଛେଦ କରାଯାଇଛି l ଜିଲ୍ଲା ପ୍ରଶାସନ ଠାରୁ ଏହି ରାସ୍ତା ନିର୍ମାଣ କରିବା କୌଣସି ଅନୁମତି ନିଆଯାଇନଥିବା କୁହାଯାଇଛି l