ପ୍ରପୋଜ ଡେ ମର୍ଡର । ରାଜଧାନୀରେ ଲଭ୍-ମର୍ଡର-ଆକ୍ସିଡେଣ୍ଟ ମାମଲାରେ ନୂଆ ଟ୍ବିଷ୍ଟ । ପ୍ରେମିକା ରୁମରେ ପ୍ରେମିକର ହତ୍ୟା । ମର୍ଡର ସତ ମାନିଲା ପ୍ରେମିକା । ସାମ୍ନାକୁ ଆସିଲା ପ୍ରେମିକାର ଅଡିଓ କଲ୍ । କିଭଳି ହୋଇଥିଲା ହତ୍ୟାକାଣ୍ଡ, ଗୋଟି ଗୋଟି କରି ସବୁ ସତ ମାନିଲା । ସତ୍ୟବ୍ରତକୁ ଦିନେଶ ହତ୍ୟା କରିଥିବା ମାନିଛି ପ୍ରେମିକା । ରାଜଧାନୀରେ ଲଭ୍-ମର୍ଡର-ଆକ୍ସିଡେଣ୍ଟ ମାମଲାରେ ପ୍ରେମିକାକୁ ଚାଲିଛି ମାରାଥନ ଜେରା କରୁଛି । ହତ୍ୟାକାରୀ ଦିନେଶକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରୁଛି।
ଅନ୍ୟପଟେ ମର୍ଡର ପ୍ଲଟରୁ କାର କିଏ ନେଇ ଖସିବାକୁ ଚେଷ୍ଟା କରୁଥିଲା ଜାଣିବା ପାଇଁ ଗାଡି ମାଲିକାଣୀଙ୍କୁ ଜେରା କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ
। ହତ୍ୟାକାଣ୍ଡ ସହ କାର ମାଲିକାଣୀଙ୍କ ସମ୍ପର୍କ ରହିଛି କି ନାହିଁ ସେନେଇ ଖିଅ ଖୋଜୁଛି । ସେପଟେ ମର୍ଡର ପ୍ଲଟର ମିଳିଛି ସିସିଟିଭି ଫୁଟେଜ। ନୀଳାଦ୍ରିବିହାରରେ ରହୁଥିବା ପ୍ରେମିକାଙ୍କୁ ଚକୋଲେଟ୍ ଦେବାକୁ ଆସିଥିଲେ ପ୍ରେମିକ ସତ୍ୟବ୍ରତ ପ୍ରଧାନ । ଘର ବ୍ରହ୍ମଗିରି ହସିନପୁର ଅଞ୍ଚଳରେ । ପ୍ରେମିକାକୁ ଚକୋଲେଟ୍ ଦେବା ସହ କିଛି ସମୟ ବିତାଇଥିଲେ ।
ଏତିକି ବେଳେ ଯୁବତୀଙ୍କ ଆଉ ଜଣେ ପ୍ରେମିକ ଦୀନେଶ ଏଣ୍ଟ୍ରି ମାରିଥିଲେ । ପ୍ରେମିକା ସହ ସତ୍ୟବ୍ରତକୁ ଦେଖିବା ପରେ ରକ୍ତ ମୁଖା ହୋଇଯାଇଥିଲା । ପରିବା କଟା ଛୁରୀରେ ସତ୍ୟବ୍ରତଙ୍କୁ ଆକ୍ରମଣ କରି ଦିନେଶ ଲହୁଲୁହାଣ କରିଥିବା ଅଭଯୋଗ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖସି ପଳାଇବା ପାଇଁ ଉଦ୍ୟମ ବେଳେ ନିଳାଦ୍ରିବିହାର ଛକରେ ସତ୍ୟବ୍ରତଙ୍କ ମୃତ୍ୟୁ ଘଟିଥିଲା । ସୋସିଆଲ ମିଡିଆରୁ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତଙ୍କ ପ୍ରେମ ଆରମ୍ଭ ହୋଇଥିଲା । କିନ୍ତୁ ସେ ଜାଣି ନଥିଲେ ଏହି ପ୍ରେମ ତାଙ୍କ ଜୀବନ ନେବ ।

