ସଂଚାର ବ୍ୟୁରୋ: ସଲମାନ ଖାନ୍ଙ୍କ ପିତା ତଥା ସ୍କ୍ରିପ୍ଟ ଲେଖକ ସଲିମ ଖାନଙ୍କୁ ହତ୍ୟା ଧମକ ମିଳିଛି । ସଲିମ ଖାନ ପ୍ରାତଃ ଭ୍ରମଣ ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ଏହି ସମୟରେ ସ୍କୁଟରରେ ଜଣେ ପୁରୁଷ ଏବଂ ମହିଳା ତାଙ୍କ ପାଖକୁ ଆସି ଲରେନ୍ସ ବିଷ୍ଣୋଇ ନାମ କହି ତାଙ୍କୁ ଧମକ ଦେଇଥିଲେ।
ପୋଲିସର ରିପୋର୍ଟ ଅନୁଯାୟୀ, ଯେତେବେଳେ ସଲିମ ଖାନ କାର୍ଟର ରୋଡରେ ଥିବା ଏକ ଆରମ ସ୍ଥାନରେ ବସିଥିଲେ, ସ୍କୁଟରରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ସହ ଆସି ତାଙ୍କ ନିକଟରେ ଅଟକି ଯାଇଥିଲେ । ସେହି ବ୍ୟକ୍ତି ସଲିମ ଖାନଙ୍କୁ ଧମକପୂର୍ଣ୍ଣ ସ୍ୱରରେ କହିଥିଲେ, ମୁଁ ଲରେନ୍ସ ବିଷ୍ଣୋଇଙ୍କୁ ପଠାଇବି କି ? ସ୍କୁଟରରେ ଥିବା ମହିଳା ବୁର୍ଖା ପିନ୍ଧି ମୁହଁ ଲୁଚାଇ ରଖିଥିଲେ।
ତେବେ ସଲିମ ଖାନ ତୁରନ୍ତ ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ବାନ୍ଦ୍ରା ଷ୍ଟେସନର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସ୍କୁଟର ନମ୍ବର ପ୍ଲେଟର ସଲିମ ଖାନ କେବଳ ଚାରି ନମ୍ବର ଚିହ୍ନିବାରେ ସକ୍ଷମ ହୋଇଥିଲେ। ତେବେ ଅଭିଯୁକ୍ତକୁ ଚିହ୍ନଟ କରିବାରେ ଏହା ପୋଲିସକୁ ସାହାଯ୍ୟ କରିଥିଲା।