Thursday, June 26, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ପାର୍ଲାମେଣ୍ଟ ଏଷ୍ଟିମେଟ କମିଟି ବୈଠକରେ ଖାନାପିନାକୁ ନେଇ ବିବାଦ

Sanchar Live by Sanchar Live
June 26, 2025
in ଭାରତ
0
ପାର୍ଲାମେଣ୍ଟ ଏଷ୍ଟିମେଟ କମିଟି ବୈଠକରେ ଖାନାପିନାକୁ ନେଇ ବିବାଦ
0
SHARES
27
VIEWS
FacebookTwitter

ମୁମ୍ବାଇରେ ଆୟୋଜିତ ପାର୍ଲାମେଣ୍ଟ ଏଷ୍ଟିମେଟ କମିଟି ବୈଠକରେ ଖାନାପିନାକୁ ନେଇ ବିବାଦ । ବୈଠକରେ ଉପସ୍ଥିତ ଥିବା ସଦସ୍ୟଙ୍କ ଲାଗି ଲାଭିସ୍ ପାର୍ଟି ଆୟୋଜିତ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବିଜେପି, ଏନସିପି, ଶିବସେନା ମେଣ୍ଟ ସରକାର ଉପରେ କଂଗ୍ରେସ ଓ ସାମାଜିକ କର୍ମୀ ପ୍ରଶ୍ନ ଉଠାଇଛନ୍ତି । ମୁମ୍ବାଇର ବିଧାନ ଭବନ ପରିସରରେ ଆୟୋଜିତ ଏହି ଦୁଇ ଦିନିଆ ବୈଠକରେ ଯୋଗଦେଇଥିଲେ ୬୦୦ ଅତିଥି । ଏହାକୁ ଉଦଘାଟନ କରିଥିଲେ ଲୋକସଭା ବାଚସ୍ପତି ଓମ୍ ବିରଲା । ତେବେ ଅତିଥିମାନଙ୍କୁ ଯେଉଁ ମିଲ୍ ଦିଆଯାଇଥିଲା ତାହାର ଦାମ୍ ଥିଲା ୫ ହଜାର ଟଙ୍କା । ଏପରିକି ସିଲଭର ପ୍ଲେଟଗୁଡିକର ଭଡ଼ା ଗୋଟା ପିଛା ୫୫୦ ଟଙ୍କା ଥିଲା ବୋଲି ଅଭିଯୋଗ ହୋଇଛି । ମହାରାଷ୍ଟ୍ରରେ ଆର୍ଥିକ ସଙ୍କଟ ଜାରି ରହିଥିବାବେଳେ ଏହି ବ୍ୟୟବହୁଳ କାର୍ଯ୍ୟକ୍ରମ କାହିଁକି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ବିଜୟ ଓ୍ବାଦେତିଓ୍ବାର । ଚାଷୀମାନଙ୍କୁ ଋଣ ଛାଡ଼ କରାଯାଉ ନଥିବାବେଳେ ଅତିଥିଙ୍କ ଲାଗି ଏତେ ବ୍ୟୟବହୁଳ ମିଲ୍ କଣ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ବୈଠକକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ହର୍ଷବର୍ଦ୍ଧନ ସପକାଲ ବି ସମାଲୋଚନା କରିଛନ୍ତି । ସେହିପରି ଏହି ବୈଠକରେ ୬୦୦ ଅତିଥିଙ୍କ ଲାଗି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି କହିଛନ୍ତି ସାମାଜିକ କର୍ମୀ କୁମ୍ଭର । ୪୦ ଫୁଟର ବ୍ୟାନର ମରାଯିବା ସହ ଅତିଥିମାନେ ତାଜ ପ୍ୟାଲେସ ଓ ଟ୍ରାଇଡେଣ୍ଟର ରହିବାକୁ ନେଇ ପ୍ରଶ୍ନ କରିଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରି କୁହାଯାଇଛି ପ୍ଲେଟଗୁଡିକ ରୁପାର ଥାଳି ନଥିଲା ବରଂ ରୁପାର କୋଟିଂ କରାଯାଇଥିଲା । ମିଲ ପିଛା ଖର୍ଚ୍ଚ ହୋଇଥିଲା ୪ ହଜାର ଟଙ୍କା । ଏହି ବୈଠକରେ ସଂସଦର ପ୍ରତିନିଧି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଲର ବିଧାୟକ ପ୍ରତିନିଧି ଯୋଗଦେଇଥିଲେ । ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଓ୍ବତ । ବିଭିନ୍ନ ବିଭାଗ ଲାଗି ପ୍ରଦତ୍ତ ବଜେଟ ଓ ସେହି ପାଣ୍ଠିର ଖର୍ଚ୍ଚ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ଗତ ମାସରେ ରାଜ୍ୟ ଏଷ୍ଟିମେଟ କମିଟି ସଦସ୍ୟମାନଙ୍କ ଗସ୍ତ ପୂର୍ବରୁ ଧୁଲେ ଜିଲ୍ଲାର ଏକ ସରକାରୀ ଗେଷ୍ଟ ହାଉସରୁ ବିପୁଳ ଅର୍ଥ ଜବତ ଘଟଣା ଚର୍ଚ୍ଚାର କାରଣ ପାଲଟିଥିଲା ।

Tags: govt meetingparliament
ShareTweetShareSend
Sanchar Live

Sanchar Live

Next Post
ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସମାଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସମାଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ସମାଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ
  • ପାର୍ଲାମେଣ୍ଟ ଏଷ୍ଟିମେଟ କମିଟି ବୈଠକରେ ଖାନାପିନାକୁ ନେଇ ବିବାଦ
  • ଗୁରୁତ୍ବପୂର୍ଣ୍ଣ ସୂଚନା ପାକିସ୍ତାନକୁ ଦେବା ଅଭିଯୋଗରେ ଗିରଫ
  • ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ରଥ ଯାତ୍ରା ପାଇଁ ସ୍ଵତନ୍ତ୍ର ଟ୍ରାଫିକ୍ ମୋବିଲିଟି ପ୍ଲାନ୍ ଚୂଡ଼ାନ୍ତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.