ସଂଚାର ବ୍ୟୁରୋ: ଅବୈଧ ପ୍ରେମରେ ପଡ଼ି ୩ ବର୍ଷର ଝିଅକୁ ପ୍ରେମିକ ସହ ମିଶି ହତ୍ୟା କଲ ମାଆ। ଅବୈଧ ପ୍ରେମରେ କଣ୍ଟା ସାଜିଥିବା ୩ ବର୍ଷର କୁନି ଝିଅକୁ ହତ୍ୟା କରିଲା ଜନ୍ମ କଲା ମା। ପଶ୍ଚିମବଂଗର ଏ ଘଟଣା। ମୁର୍ଶିଦାବାଦ ଜିଲ୍ଲା ଦୌଲତାବାଦ ଥାନା ଅନ୍ତର୍ଗତ ୧୮ ମାଇଲ ଗାଁରେ ହାସିପୁର ରେହମାନ ଓ ସଂଜିତା ଖାତୁନଙ୍କ ବିବାହ ୪ ବର୍ଷ ପୂର୍ବେ ହୋଇଥିଲା। ୬ ମାସ ତଳେ ସେହି ଗାଁର ମଣ୍ଟୁ ସେଖ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା।
ରାଜମିସ୍ତ୍ରୀ ଭାବେ କାମ କରୁଥିଲେ ମଣ୍ଟୁ। ବିଦେଶକୁ ଯାଇ ମଧ୍ୟ ସେ ମିସ୍ତ୍ରୀ କାମ କରୁଥିଲେ। ଅବୈଧ ସମ୍ପର୍କକୁ ନେଇ କିଛି ଦିନ ତଳେ ୩ ବର୍ଷର ଝିଅକୁ ନେଇ ବାପ ଘରକୁ ଚାଲିଯାଇଥିଲେ ସଂଜିତା। ଗତକାଲି ବାପଘରୁ ବାହାରି କୁନି ଝିଅକୁ ନେଇ ପ୍ରେମିକ ମଣ୍ଟୁ ସହ ହାୱାଡା ଅଂଚଳକୁ ପଳାଇ ଆସିଥିଲେ।
ତେବେ ପ୍ରେମରେ ୩ ବର୍ଷର ଝିଅ ବାଧକ ସାଜିଥିବାରୁ ତାକୁ ତଣ୍ଟି ଚିପି ହତ୍ଯା କରିଥିଲେ ଉଭୟ। ଝିଅ ଗୁରୁତର ଥିବା କହି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମେଡିକାଲ କର୍ତ୍ତୃପକ୍ଷ ଶିଶୁର ମୃତ୍ୟୁ ହୋଇଥିବା ଜାଣି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଉଭୟଙ୍କୁ ପଚରାଉଚରା ପରେ ସବୁ ରହସ୍ୟ ଫିଟିଥିଲା।

