ଆସନ୍ତାକାଲିଠାରୁ ସାରା ରାଜ୍ୟରେ ହେବ ସକାଳୁଆ ସ୍କୁଲ। ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ଯାଏଁ ଚାଲିବ ପାଠପଢ଼ା। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍କୁଲରେ ପର୍ଯ୍ୟାପ୍ତ
ପରିମାଣର ଓଆରଏସ ପ୍ୟାକେଟ ସହ ପାନୀୟ ଜଳ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିଲାମାନଙ୍କୁ ବି ସ୍କୁଲରେ ଖରାରୁ ରକ୍ଷା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ। ତାପମାତ୍ରାକୁ ଦୃଷ୍ଟି ରଖି ସମୟ ପରିବର୍ତ୍ତନର ନିଷ୍ପତ୍ତି ନେବେ ଜିଲ୍ଲାପାଳ। ସେହିପରି ଆଉଟଡୋର କାମରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।