ବର୍ତ୍ତମାନ ବାତ୍ୟାକୁ ନେଇ ଆସୁଥିବା ଖବରରେ କୌଣସି ସତ୍ୟତା ନାହିଁ । ଏଭଳି ଗୁଜବ ଠୁ ଦୁରେଇ ରୁହନ୍ତୁ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦେଶଶିକ ପ୍ରତିକ୍ରିୟା ରଖିଛନ୍ତି।ବାତ୍ୟାର ନିୟାମକ ସ୍ପଷ୍ଟ ହେଲେ କୁହାଯିବ ବୋଲି ବିଭାଗ କହିଛି । କେରଳ ଛୁଇଁବ ମୌସୁମୀ, ପାଗ ହେଉଛି ଅନୁକୂଳ । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ ବିଭାଗ କହିଛି। ଫଳରେ ଏଥର ଶୀଘ୍ର ମୌସୁମୀ ଆସିବା ଆକଳନ ସତ ହେଉଚି ।
ପୂର୍ବରୁ ଆଇ ଏମ୍ ଡି ମେ ୨୭ ତାରିଖରେ ମୌସୁମୀ ବାୟୁ କେରଳ ଭୂଖଣ୍ଡ ଛୁଇଁବ ନେଇ ଆକଳନ କରିଥିଲା। ଏବେ ପାଣିପାଗ ଅନୁକୂଳ ପରେ ଆସନ୍ତା ୫ ଦିନ ମଧ୍ୟରେ ମୌସୁମୀ ବାୟୁ କେରଳ ରେ ପ୍ରବେଶ କରିବ। ଏହାପରେ ମୌସୁମୀ ସକ୍ରିୟ ରହିଲେ ଓଡ଼ିଶା ଆଗମନ ନେଇ ବାଟ ଫିଟିବ । ସାଧାରଣତଃ ଜୁନ ଦ୍ଵିତୀୟ ସପ୍ତାହରେ ଓଡ଼ିଶା ରେ ପ୍ରବେଶ କରିଥାଏ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ହେଲେ ଏଥର କେରଳ ମୌସୁମୀ ସଅଳ ଆସିଲେ ଓଡ଼ିଶା ବି ଶୀଘ୍ର ଆସିବ ବୋଲି ଆକଳନ ହେଉଛି।
ସେପଟେ କାଳବୈଶାଖୀ ବର୍ଷା ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉପକୂଳ ରେ ଗୁଳୁଗୁଳି ଅଣାୟତ୍ତ କରିବ। ଉତ୍ତର ଉପକୂଳ ଜିଲ୍ଲା ଗୁଡ଼ିକୁ ୟେଲୋ ଆଲର୍ଟ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାସହ କାଳବୈଶାଖୀ ବର୍ଷା ମଧ୍ୟ ରହିବ। ଫଳରେ ଦିନର ତାପମାତ୍ରା ରେ ବିଶେଷ ବୃଦ୍ଧି ହେବ ନାହିଁ। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲା କାଳବୈଶାଖୀ ରେ ପ୍ରଭାବିତ ହେବ। ହାଲୁକା ବର୍ଷା ର ସମ୍ଭାବନା ସହ ୨ ଦିନ ଯାଏ ଉଷ୍ମ ଓ ଆର୍ଦ୍ର ସ୍ଥିତି ପାଇଁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।
ଆସନ୍ତା ୨୪ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତୀ ଓଡ଼ିଶାର ୧୧ ଟି ଜିଲ୍ଲାକୁ ଉଷ୍ମ ଓ ଆର୍ଦ୍ରତା ସ୍ଥିତିକୁ ନେଇ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ସେହିପରି ମୟୁରଭଞ୍ଜ, ସୁନ୍ଦରଗଡ, କେନ୍ଦୁଝର, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏହି ୮ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହିତ ଝଟକା ପବନ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଏହିସମୟରେ 30 ରୁ 40 କିମି ଝଡି ପବନ ବହିବା ସହ ଏହି 8 ଟି ଜିଲ୍ଲାକୁ ଏଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି।
ସେହିପରି ଆସନ୍ତାକାଲି ସାରା ରାଜ୍ୟ ହୋଇପାରେ ପ୍ରଭାବିତ। ମିଳିବ ସମ୍ୟକ୍ ଆଶ୍ୱସ୍ତି। ଆସନ୍ତାକାଲି ମୟୁରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ,ରାୟଗଡା, ଝାରସୁଗୁଡା,ସମ୍ବଲପୁର, ଦେବଗଡ଼, ବରଗଡ଼, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ୧୩ ଜିଲାରେ କାଳବୈଶାଖୀ ବର୍ଷା ସମ୍ଭାବନା। ବିଜୁଳି ଘଡ଼ଘଡ଼ି ଜନିତ ଝଟକା ପବନ 30 ରୁ ୪୦ କିଲୋମିଟର ବେଗରେ ବହିବା ସମ୍ଭାବନା ସେଥିପାଇଁ । ବାଲେଶ୍ୱର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା , ଜଗତସିଂହପୁର , କଟକ, ପୁରୀ ଖୋର୍ଦ୍ଧା, ନୟାଗଡ ନୟାଗଡ ଗଂଜାମ ଓ ଗଜପତି ଏହି ୧୧ ଜିଲ୍ଲାରେ ଉଷ୍ମ ଓ ୟେଲୋ ଓ୍ୱାର୍ଣ୍ଣିଙ୍ଗ ବି ଜାରି କରିଛି ବିଭାଗ ।
ଅନ୍ୟପଟେ ଗତ ୨୪ ଘଂଟାରେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ା ଜିଲାରେ ସର୍ବାଧିକ ୫୫ .୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ସର୍ବାଧିକ ତାପମାତ୍ରା ସମ୍ବଲପୁରରେ ୪୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଜ୍ୟର ଆଉ ୪ ରୁ ଅଧିକ ସ୍ଥାନରେ ୪୦ ଡିଗ୍ରୀ ରୁ ଅଧିକ ତାପମାତ୍ରା ରେକର୍ଡ଼ ହୋଇଛି।