Sunday, November 1, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ମନୋରଞ୍ଜନ

ମହାକୁମ୍ଭ ଭାଇରଲ ସୁନ୍ଦରୀ ମୋନାଲିସାଙ୍କୁ ଫିଲ୍ମ ଅଫର, ‘ଦ ଡାଏରୀ ଅଫ୍ ମଣିପୁର’ରେ ମିଳିଛି ଲିଡ୍ ରୋଲ୍

Sanchar Live by Sanchar Live
January 25, 2025
in ମନୋରଞ୍ଜନ
0
0
SHARES
17
VIEWS
Facebook
Twitter

ସୁନ୍ଦର ଆଖି, ଶ୍ୟାମଳ ରଙ୍ଗ ଓ ହସ ପାଇଁ ଭାଇରାଲ ହୋଇଥିଲେ । ପ୍ରୟାଗରାଜ କୁମ୍ଭମେଳାର ସେନ୍ସେସନ୍ ପାଲିଟି ଯାଇଥିଲେ । ଏବେ ବଲିଉଡ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରୟାଗରାଜ କୁମ୍ଭମେଳାରେ ଭାଇରାଲ ହୋଇଥିବା ମୋନାଲିସା ଭୋସଲେଙ୍କୁ ବଲିଉଡ ଫିଲ୍ମ ଅଫର ମିଳିଛି ।

ମହାକୁମ୍ଭ ମେଳାରେ ଫୁଟପାଥରେ ରୁଦ୍ରାକ୍ଷ ସହ ଫୁଲ ମାଳା ବିକ୍ରି କରୁଥିବା ‘ଭାଇରାଲ ଗାର୍ଲ’ ମୋନାଲିସାଙ୍କୁ ଫିଲ୍ମ ଅଫର ମିଳିଛି । ଫିଲ୍ମ ନିର୍ମାତା ସନୋଜ ମିଶ୍ରା ତାଙ୍କର ଆଗାମୀ ଫିଲ୍ମ ‘ଦ ଡାଏରୀ ଅଫ୍ ମଣିପୁର’ରେ ମୋନାଲିସାଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିବାକୁ ଅଫର ଦେଇଛନ୍ତି । ମୋନାଲିସା ଫିଲ୍ମରେ କାମ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି । ଫିଲ୍ମରେ ମୋନାଲିସା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ଭୂମିକାରେ ନଜର ଆସିବେ । ପୂର୍ବୋତ୍ତର ବିଭିନ୍ନ ସ୍ଥାନରେ ଏପ୍ରିଲରୁ ଜୁନ୍ ଯାଏ ଫିଲ୍ମର ସୁଟିଂ ହେବ । ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ଫିଲ୍ମ ରିଲିଜ ହେବ ।

Related posts

ରାବଣଙ୍କୁ ନେଇ ସାଇ ପଲ୍ଲବୀ ଦେଇଥିବା ମନ୍ତବ୍ୟ ବିବାଦରେ….

ରାବଣଙ୍କୁ ନେଇ ସାଇ ପଲ୍ଲବୀ ଦେଇଥିବା ମନ୍ତବ୍ୟ ବିବାଦରେ….

October 29, 2026
ଆଗୁଆ ଟିକେଟ ବୁକିଂରେ ରେକର୍ଡ କଲା ରାମାୟଣ

ଆଗୁଆ ଟିକେଟ ବୁକିଂରେ ରେକର୍ଡ କଲା ରାମାୟଣ

October 28, 2026

ସୁଟିଂ ପୂର୍ବରୁ ମୋନାଲିସାଙ୍କୁ ମୁମ୍ବାଇରେ ଅଭିନୟ ତାଲିମ ଦିଆଯିବ । ମହାକୁମ୍ଭରେ ମୋନାଲିସାଙ୍କର ଶ୍ୟାମଳ ରଙ୍ଗ ଓ ଧୂସର ଆଖି ଆକର୍ଷଣର କେନ୍ଦ୍ର ପାଲଟିଥିଲା । ତେଣୁ ତାଙ୍କ ସହ ଫଟୋ ଉଠାଇବାକୁ ଲୋକେ ଭିଡ ଜମାଉଥିଲେ । ମୋନାଲିସାଙ୍କ ଘର ମଧ୍ୟପ୍ରେଦଶ ଇନ୍ଦୋରରେ ।

ମହାକୁମ୍ଭରେ ସାଧୁ-ସନ୍ଥ ଓ ଶ୍ରଦ୍ଧାଳୁଙ୍କ ଫଟୋ ଓ ଭିଡିକୁ ନେଇ ଚର୍ଚ୍ଚା ହେଉଛି । ଏହି କ୍ରମରେ ମହାକୁମ୍ଭ ମେଳାକୁ ଆସିଥିବା ଜଣେ ଝିଅକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । ଭାଇରାଲ ଗାର୍ଲ ମୋନାଲିସା ଭୋସଲେଙ୍କ ଶ୍ୟାମଳ ରଙ୍ଗ ଓ ଧୂସର ଆଖି ସମସ୍ତଙ୍କୁ ଆକର୍ଷିତ କରିଥିଲା । ତାଙ୍କୁ ଦେଖିବାକୁ ସେଲ୍‌ଫି ନେବାକୁ ଲୋକେ ଭିଡ଼ ଜମାଇଥିଲେ । ସେ କୁମ୍ଭମେଳାରେ ମାଳା ବିକ୍ରି କରୁଥିଲେ । ତାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଦୁଇଗୁଣ ମୂଲ୍ୟ ଦେଇ ଲୋକେ ତାଙ୍କଠୁ ମାଳା କିଣୁଥିଲେ । ୧୬  ବର୍ଷୀୟା ମୋନାଲିସାଙ୍କ ସୁନ୍ଦରତା ଲୋକଙ୍କୁ ମୋହିତ କରିଥିଲା ।

Tags: bollywoodmonalisha

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଭଞ୍ଜନଗର ଘଟଣା: ୧୨ ନିଖୋଜଙ୍କ ମଧ୍ୟରୁ ୧୦ ଉଦ୍ଧାର
  • ଭୟଙ୍କର ଭୂସ୍ଖଳନରେ ପୋତି ହୋଇ ଯାଇଥିବା ୧୨ଜଣଙ୍କୁ ଖୋଜିବ ହେଲିକପ୍ଟର: ମୁଖ୍ୟମନ୍ତ୍ରୀ
  • ଦୀପାବଳି ପାଇଁ କଟକଣା, ଏଥର….

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home

© 2026 Sanchar - Technology Partner OneByte.