Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ବାବାସାହେବ ଆମ୍ବେଦକରଙ୍କୁ ବାରମ୍ବାର ଅପମାନିତ କରିଛି କଂଗ୍ରେସ : ମୁଖ୍ୟମନ୍ତ୍ରୀ

Sanchar Live by Sanchar Live
December 24, 2024
in ଓଡିଶା
0
ବାବାସାହେବ ଆମ୍ବେଦକରଙ୍କୁ ବାରମ୍ବାର ଅପମାନିତ କରିଛି କଂଗ୍ରେସ : ମୁଖ୍ୟମନ୍ତ୍ରୀ
0
SHARES
10
VIEWS
FacebookTwitter

ଭୁବନେଶ୍ୱର : କଂଗ୍ରେସ ନେତାମାନେ ସାମାଜିକ ତଥା ରାଜନୈତିକ ଦୃଷ୍ଟିରୁ ବାବା ସାହେବଙ୍କୁ ସର୍ବଦା ଅବହେଳା ଓ ପରିହାସ କରିଆସୁଛନ୍ତି । ସେମାନଙ୍କର ରାଜନୈତିକ ଏଜେଣ୍ଡାକୁ ଆହୁରି ଆଗକୁ ନେବାକୁ କଂଗ୍ରେସ ଏବଂ ଏହାର ‘ଟୁଲକିଟ୍ ଗ୍ୟାଙ୍ଗ’ ବିଜେପିର ବରିଷ୍ଠ ନେତାଙ୍କ ବିବୃତିକୁ ବିକୃତ କରି ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସ ନେତା ତଥା ପଣ୍ଡିତ ନେହେରୁଙ୍କ ଦ୍ୱାରା ବାବାସାହେବ ଆମ୍ବେଦକରଙ୍କୁ ବାରମ୍ବାର ଅପମାନିତ କରାଯାଇଛି । ଏଥିପାଇଁ କଂଗ୍ରେସ ବିନା ସର୍ତରେ କ୍ଷମା ମାଗିବା ଉଚିତ୍ ।

ବାବାସାହେବ ଆମ୍ବେଦକର ପଣ୍ଡିତ ନେହେରୁଙ୍କ ବିରୋଧରେ ଅନେକ କଥା ଲେଖିଛନ୍ତି । ବାବାସାହେବ ତାଙ୍କ ଇସ୍ତଫା ପତ୍ରରେ ଲେଖିଥିଲେ ଯେ, ସେ ଶିଳ୍ପ ଓ ଅର୍ଥନୈତିକ କ୍ଷେତ୍ରରେ ଶିକ୍ଷା ଲାଭ କରିଛନ୍ତି । କିନ୍ତୁ ତାଙ୍କୁ ଏହି ସମ୍ବନ୍ଧୀୟ କୌଣସି ବିଭାଗ ତାଙ୍କୁ ଦିଆଯାଇନଥିଲା କି କୌଣସି ସଂସଦୀୟ କମିଟିରେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନଥିଲା । ତାଙ୍କୁ ଆଇନ ମନ୍ତ୍ରଣାଳୟ ଦିଆଯାଇଥିଲା, କିନ୍ତୁ ଠିକ୍  ଭାବେ କାମକରିବାକୁ ଦିଆଯାଇ ନଥିଲା । ତାଙ୍କୁ ହିନ୍ଦୁ କୋଡ ବିଲ୍ କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବାକୁ ଦିଆଯାଇ ନଥିଲା ।

କେବଳ ମୁସଲମାନଙ୍କ ଉପରେ ଚିନ୍ତା କରାଯାଇଥିଲା । ଏସ୍ସି ଏବଂ ଏସ୍ଟିମାନଙ୍କୁ ଠିକ୍ ଭବେ ସଂରକ୍ଷଣ ଦିଆଯାଇ ନ ଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ, ଦେଶରେ କ’ଣ କେବଳ ମୁସଲମାନଙ୍କୁ ସଂରକ୍ଷଣର ଆବଶ୍ୟକ ଅଛି ?  ପଣ୍ଡିତ ନେହେରୁ ଡ. ବିସି ରାୟଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭୀମରାଓ ଆମ୍ବେଦକରଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବା ନାହିଁ । ମାତ୍ର ଆଜି ସେହି କଂଗ୍ରେସ ପାର୍ଟି କେଉଁ ମୁହଁରେ ବାବାସାହେବ ଆମ୍ବେଦକରଙ୍କ ଅଧିକାର ଉପରେ କହୁଛି, ତାହା ବୁଝାପଡ଼ୁ ନାହିଁ ।

୧୯୫୨ ଲୋକସଭା ନିର୍ବାଚନ ଏବଂ ୧୯୫୪ ନିର୍ବାଚନରେ ବାବା ସାହେବ ଆମ୍ବେଦକରଙ୍କୁ ପରାସ୍ତ କରିବାକୁ କଂଗ୍ରେସ ସମସ୍ତ ପ୍ରକାରର ଅପପ୍ରୟାସ କରିଥିଲା । ଯେତେବେଳେ ବି କୌଣସି ମହାନ ନେତାଙ୍କ ଦେହାନ୍ତ ହୁଏ, ତାଙ୍କର ଉତ୍ତରାଧିକାରୀମାନେ ସମ୍ମାନିତ ହୁଅନ୍ତି ଏବଂ ତାଙ୍କର ସ୍ମାରକୀ ନିର୍ମାଣ କରଯାଏ । କିନ୍ତୁ ବାବା ସାହେବଙ୍କ ପାଇଁ କୌଣସି ସ୍ମାରକୀ ନିର୍ମାଣ କରିବାକୁ କଂଗ୍ରେସ ଦଳ ଅନୁମତି ଦେଇ ନଥିଲା ।  ବାବାସାହେବଙ୍କ ଜନ୍ମସ୍ଥାନ ମଧ୍ୟପ୍ରଦେଶରେ ସ୍ମାରକୀକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱଗତଃ ଅଟଳ ବିହାରୀ ବାଜପେୟୀ ଉଦ୍ଘାଟନ କରିଥିଲେ ।

ଦିଲ୍ଲୀର ‘ଆମ୍ବେଦକର କେନ୍ଦ୍ର’କୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବାପରେ ନିର୍ମାଣ କରାଯାଇଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ସରକାର ଲଣ୍ଡନରେ ବାବା ସାହେବଙ୍କ ସ୍ମୃତି ସ୍ମାରକୀ ନିର୍ମାଣ କରିଥିଲେ । ଶ୍ରୀ ମୋଦି ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ବାବା ସାହେବଙ୍କ ଏକ ସ୍ମାରକ ପ୍ରତିଷ୍ଠା କରିଥିଲେ । ନାଗପୁରର ଦୀକ୍ଷୀ ଭୁମି ଏବଂ ମୁମ୍ବାଇର ଚିତ୍ୟ ଭୁମିରେ ମଧ୍ୟ ସ୍ମାରକୀ ନିର୍ମାଣ କରାଯାଇଥିଲା ।

ପଣ୍ଡିତ ଜବାହରଲାଲ ନେହେରୁ ଏଡ୍ୱିନ ମାଉଂଟବ୍ୟାଟେନଙ୍କୁ ଏକ ଚିଠି ଲେଖି ବାବାସାହେବ ଆମ୍ବେଦକରଙ୍କୁ କ୍ୟାବିନେଟରେ ନ ରଖିଥିବାରୁ ଖୁସିବ୍ୟକ୍ତ କରିଥିଲେ । ଏଭଳି ଚିନ୍ତାଧାରା ଏବଂ ଚରିତ୍ର ଥିବା କଂଗ୍ରେସ ଦଳ ଆଜି ବାବା ସାହେବଙ୍କୁ ସମ୍ମାନ ଦେବା କଥା କହୁଛି, ତାହା ଅତ୍ୟନ୍ତ ଲଜ୍ଜାଜନକ । କଂଗ୍ରେସ ଦଳ ଏହି କପଟକୁ ବନ୍ଦ କରିବା ଉଚିତ୍ ।

ପଣ୍ଡିତ ନେହେରୁ ଏବଂ କଂଗ୍ରେସ ନେତାମାନେ ବାବା ସାହେବ ଆମ୍ବେଦକରଙ୍କୁ ଅସଦାଚରଣ ଓ ଅପମାନିତ କରିଥିଲେ, ଏହାର ପ୍ରମାଣ ମଧ୍ୟ ରହିଛି । ଏନେଇ କଂଗ୍ରେସ ବିନା ସର୍ତରେ କ୍ଷମା ପ୍ରାର୍ଥନା କରିବା ଉଚିତ୍ ।   କଂଗ୍ରେସ ପାର୍ଟି ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭାଷଣର ଏକ ଛୋଟ ବିବୃତିକୁ ବିକୃତ କରି ରାଜନୀତି କରିବାକୁ ଅପଚେଷ୍ଟା କରୁଛି ।

ଦେଶର ଲୋକମାନେ ବହୁତ ପରିପକ୍ୱ ଏବଂ ସବୁକିଛି ବୁଝିପାରୁଛନ୍ତି ।  କଂଗ୍ରେସ ପାର୍ଟି ବାବା ସାହେବ ଆମ୍ବେଦକରଙ୍କୁ କୌଣସି ଭାରତରତ୍ନ, ପଦ୍ମଭୂଷଣ କିମ୍ବା ପଦ୍ମଶ୍ରୀଙ୍କୁ ଦେଇ ନ ଥିଲା, କିନ୍ତୁ ନିର୍ବାଚନରେ ବାବାସାହେବ ଆମ୍ବେଦକରଙ୍କୁ ପରାସ୍ତ କରିଥିବା ନାରାୟଣ ସାଡୋବା କାଜ୍ରୋଲକରଙ୍କୁ ୧୯୭୦ରେ ପଦ୍ମଭୂଷଣ ଦେଇ ସମ୍ମାନିତ କରିଥିଲା । ପଣ୍ଡିତ ନେହେରୁ ମଧ୍ୟ କାଜ୍ରୋଲକରଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଏହା ହେଉଛି କଂଗ୍ରେସ ଦଳର ଅସଲି ଚେହେରା ।

ବାବା ସାହେବ ଦେଶର ବିଭାଜନ ସପକ୍ଷରେ ନ ଥିଲେ କିମ୍ବା ଧାରା ୩୭୦ ଲାଗୁ କରିବା ସପକ୍ଷରେ ନ ଥିଲେ । ପୂର୍ବ ବଙ୍ଗରେ ହିନ୍ଦୁମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଉପରେ ବାବାସାହେବ ଆମ୍ବେଦକର ମଧ୍ୟ ମନ୍ତବ୍ୟ ଦେଇଥିଲେ । ଦେଶ ନିର୍ମାଣରେ ଯେଉଁମାନଙ୍କ ଅବଦାନ ରହିଛି ସେମାନଙ୍କୁ ସମ୍ମାନ ଦେବା ଉପରେ ବିଜେପି ବିଶ୍ୱାସ କରେ । ଯେବେକି କଂଗ୍ରେସ ଦଳ କେବଳ ଗୋଟିଏ ପରିବାର ଯୋଗଦାନ ଦର୍ଶାଇ ଆତ୍ମଗର୍ବ କରିଥାଏ ।

କଂଗ୍ରେସ ଦଳ ସାରା ଦେଶରେ ବିଜେପି ବିରୋଧରେ ସାମ୍ବାଦିକ ସମ୍ମିଳନୀ ଓ ଧାରଣା କରୁଛି । ବାସ୍ତବରେ ରାହୁଲ ଗାନ୍ଧୀ ଓ ତାଙ୍କ ଦଳ ବାବାସାହେବଙ୍କ ପ୍ରତି କରାଯାଇଥିବା ଅପମାନର କଳଙ୍କ ବହନ କରୁଛନ୍ତି । ରାହୁଲ ଗାନ୍ଧୀ ସେସବୁ ଡ୍ରାମା ବନ୍ଦ କରିବା ଉଚିତ୍ ବୋଲି କହିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Tags: congressmohan majhipolitics
ShareTweetShareSend
Sanchar Live

Sanchar Live

Next Post
ରାଜଧାନୀରେ ଖୁବ୍ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

ରାଜଧାନୀରେ ଖୁବ୍ ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ରେଡ
  • ଜେରା ସମୟରେ ସତ ମାନୁନାହାନ୍ତି ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ
  • ପୋଲିସ ଏସଆଇ ଚାକିରିରେ ଜାଲିଆତି ଅଭିଯୋଗ
  • ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା
  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.