ମହମ୍ମଦ ୟୁନୁସ-ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା । ବ୍ୟାଙ୍କକରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଥାଇଲାଣ୍ଡରେ ବିମଷ୍ଟେକ ଶିଖର ସମ୍ମିଳନୀ ଅବସରରେ ଏକ ଦ୍ବିପାକ୍ଷିକ ଆଲୋଚନା ଚାହିଁଥିଲା ଢାକା ।
ମହମ୍ମଦ ୟୁନୁସଙ୍କ ଅନୁରୋଧକୁ ଗ୍ରହଣ କରିଥିଲା ଭାରତ । ଗତ ଅଗଷ୍ଟରେ ଶେଖ ହସିନା କ୍ଷମତାଚ୍ୟୁତ ହେବା ପରେ ଉଭୟଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ । ବାଂଲାଦେଶରେ ସଂଖ୍ୟା ଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ଶେଖହସିନାଙ୍କୁ ଭାରତରେ ଶରଣ ପ୍ରସଙ୍ଗକୁ ନେଇ ବର୍ତ୍ତମାନ ଉଭୟ ଦେଶର ସମ୍ପର୍କରେ ତିକ୍ତତା ଆସିଛି ।
ଏପରି ସ୍ଥିତିରେ ଏହି ସାକ୍ଷାତ ବେଶ ଗୁରୁତ୍ବ ବହନ କରୁଛି । କାଲି ରାତିରେ ବିମଷ୍ଟେକ ନେତାଙ୍କ ରାତ୍ରୀଭୋଜନରେ ମୋଦି ଏବଂ ୟୁନୁସଙ୍କୁ ପରସ୍ପର ପାଖରେ ବସିଥିବା ମଧ୍ୟ ଦେଖାଯାଇଥିଲା ।