ନୂଆଦିଲ୍ଲୀ: ସରଗରମ ହେଲା ଲୋକସଭା। ମଙ୍ଗଳବାର ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ । ମୋଦି ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ଏହି ପରିପେକ୍ଷୀରେ ସେ ଅନେକ ଗୁଡିଏ ପ୍ରସଙ୍ଗରେ ନିଜ ଅଭିଭାଷଣ ରଖି ସରକାରଙ୍କ ଯୋଜନା ସମ୍ପର୍କରେ କହିଛନ୍ତି ।
ଖବର କାଗଜରେ ଏବେ ଦୁର୍ନୀତି ଖବର ନାହିଁ’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ କୋଟିକୋଟି ଟଙ୍କାର ଦୁର୍ନୀତିର ହେଡଲାଇନ ପଢୁଥିଲୁ । ହେଲେ ଆମ ସରକାର ଥିବା ବେଳେ ଏବେ ୧୦ ବର୍ଷ ହେବ ଦୁର୍ନୀତି ନେଇ କୌଣସି ହେଡଲାଇନ ଖବର କାଗଜରେ ଆସୁନାହିଁ ବୋଲି ନିଜ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଦୁର୍ନୀତିକୁ ନେଇ ପୂର୍ବ ସରକାରଙ୍କୁ କଲେ ଟାର୍ଗେଟ:
ଏଥିସହ ଦେଶର ପୂବର୍ତନ ପ୍ରଧାନମନ୍ତ୍ରୀଙ୍କ ବୟାନଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ । କହିଲେ ପୂର୍ବ ସରକାର ସମୟରେ ଦିଲ୍ଲୀରୁ ୧ ଟଙ୍କା ପଠାଇଲେ ଗାଁରେ ୧୫ ପଇସା ପହଞ୍ଚୁଥିଲା । ତେବେ ୮୫ ପଇସା କୁଆଡେ ଯାଉଥିଲା ବୋଲି ପ୍ରଶ୍ନ ଉଠାଇଲେ ପ୍ରଧାନମନ୍ତ୍ରୀ । କାରଣ ସେଇ ସମୟରେ ହାତ ସଫେଇ ହେଉଥିବା ନେଇ ମୋଦୀ କହିଛନ୍ତି । ହେଲେ ଆମ ସରକାରଙ୍କ ମଡେଲ ହେଉଛି ସଞ୍ଚୟ ଓ ବିକାଶ । ସମସ୍ୟାର ସମାଧାନ କରିବାକୁ ଆମର ପ୍ରୟାସ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ନାଁ ନ ନେଇ ରାହୁଲ ଓ କେଜି୍ରୱାଲଙ୍କୁ କଲେ ଟାଗେର୍ଟ:
ଏଥିସହ ସେ ସଂସଦରେ ନିଜ ଅଭିଭାଷଣ ବେଳେ ନାଁ ନ ଦେଇ ରାହୁଲ ଗାନ୍ଧୀ ଓ କେଜି୍ରୱାଲଙ୍କୁ ଟାଗେର୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରାହୁଲ ଗାନ୍ଧୀଙ୍କ ନାଁ ନ ନେଇ ତାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯେଉଁମାନେ ଗରିବଙ୍କ କୁଡ଼ିଆରେ ଫଟୋ ସେସନ୍ କରି ଚର୍ଚ୍ଚା ସାଉଁଟନ୍ତି, ସେମାନଙ୍କୁ ସଂସଦରେ ଗରିବଙ୍କ ବିଷୟରେ କଥାବାର୍ତ୍ତା ବିରକ୍ତିକର ହିଁ ଲାଗିବ। ଏଥିସହ ବିରୋଧୀ କଂଗ୍ରେସର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ‘ବୋରିଂ’ ପ୍ରସଙ୍ଗକୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଯେ ସେମାନଙ୍କୁ ଦେଶବାସୀଙ୍କ ବିକାଶର କଥା ସବୁବେଳେ ବୋରିଂ ଲାଗେ। ସେଭଳି ଲୋକଙ୍କ ରାଗକୁ ମୁଁ ବୁଝିପାରୁଛି ବୋଲି କହିଛନ୍ତି ମୋଦୀ । କିଛି ଲୋକେ ନିଜ ଆଳିଶାନ ଘର ଉପରେ ଫୋକସ କରୁଛନ୍ତି । ସମ୍ବିଧାନକୁ ପକେଟରେ ନେଇ ବୁଲୁଥିବା ଲୋକଙ୍କୁ ସତ ଜଣା ନାହିଁ ବୋଲି ମୋଦୀ କହିଛନ୍ତି । ହେଲେ ଆମେ ସମ୍ବିଧାନର ଭାବନାକୁ ବୁଝିଥାଉ ।
ଧାରା ୩୭୦କୁ ଉଚ୍ଛେଦ କଥା କହିଲେ:
ଧାରା ୩୭୦କୁ ଜାମ୍ମୁକାଶ୍ମୀରରୁ ହଟାଯାଇଛି । ମୁସଲମାନ ଝିଅକୁ ସମାନତାର ଅଧିକାର ମିଳିଛି । ପୂବୋର୍ତ୍ତର ପାଇଁ ଏନଡ଼ିଏ ଅଲଗା ମନ୍ତ୍ରାଳୟ କରିଛି । ମତ୍ସଜୀବିଙ୍କ ପାଇଁ ଅଲଗା ମନ୍ତ୍ରାଳୟ କରାଯାଇଛି । ସେହିପରି ଆଦିବାସୀଙ୍କ ପାଇଁ ଏନଡିଏ ଅଲଗା ମନ୍ତ୍ରାଳୟ କରିଥିବା ନେଇ ନିଜ ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ।