ସଂଚାର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରରେ ଚାଲିଥିବା ବିଜନେସ୍ ଲିଡର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଆମେ ଭାରତରେ ଦକ୍ଷତା ବିକାଶ ଉପରେ ଧ୍ୟାନ ଦେଉଛୁ । ଏହା ମୋର ତୃତୀୟ କାର୍ଯ୍ୟକାଳ । ଯେଉଁମାନେ ଭାରତ ସହ ପରିଚିତ, ସେମାନେ ଜାଣିଥିବେ ଯେ ୬୦ ବର୍ଷ ପରେ କୌଣସି ଏକ ସରକାରକୁ ତୃତୀୟ ଥର ପାଇଁ ଜନାଦେଶ ମିଳିଛି ।
ଏହା ପଛର କାରଣ ଆମ ସରକାରଙ୍କ ନୀତିରେ ଲୋକଙ୍କ ବିଶ୍ୱାସ ରହିଛି । ଯଦି ବିଶ୍ୱରେ ଦ୍ରୁତଗତିରେ ବଢୁଥିବା କୌଣସି ବିମାନ ଚଳାଚଳ କ୍ଷେତ୍ର ଅଛି, ତେବେ ତାହା ଭାରତରେ ଅଛି । ଆପଣଙ୍କୁ ବ୍ୟବସାୟକୁ ବିମାନ ବନ୍ଦରର ବିକାଶରେ ନିବେଶ କରିବାକୁ ଭାରତ ଆସିବାର ଆବଶ୍ୟକତା ରହିଛି ।
ସିଙ୍ଗାପୁରରେ ବିଜନେସ୍ ଲିଡର୍ସ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଆମେ ପୂର୍ବ ଅନୁମାନିତ ଏବଂ ପ୍ରଗତିଶୀଳ ନୀତି ସହ ଆଗକୁ ବଢୁଛୁ । ଭାରତରେ ରାଜନୈତିକ ସ୍ଥିରତା ଅଛି । ଆମେ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛୁ । ଆମେ ଏହି ସେକ୍ଟରରେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ସୃଷ୍ଟି କରୁଛୁ।” ଭାରତର ଟିୟର ୨ ଏବଂ ଟିୟର ୩ ସହରରେ ଷ୍ଟାର୍ଟଅପ୍ ବହୁତ ଦ୍ରୁତ ଗତିରେ ବଢୁଛି ।
ପିଏମ ମୋଦୀ କହିଛନ୍ତି, “ଭାରତର ଆବଶ୍ୟକତା ସହିତ ଦକ୍ଷତା ବିକାଶ ବିଶ୍ବର ଚାକିରୀ ବଜାର ସହିତ ମଧ୍ୟ ଜଡିତ । ଯଦି ଆପଣଙ୍କର କମ୍ପାନୀଗୁଡିକ ସର୍ବଭାରତୀୟ ସ୍ତରରେ କଣ ଚାଲିଛି ସର୍ଭେ କରନ୍ତୁ, ବିଶ୍ବର ଚାହିଦା ବିଶ୍ଳେଷଣ କରନ୍ତୁ ଏବଂ ସେହି ଅନୁଯାୟୀ ଭାରତରେ ଦକ୍ଷତା ବିକାଶ ପାଇଁ ଯୋଜନା କରନ୍ତୁ । ସେ କହିଛନ୍ତି, “ଭାରତରେ ପ୍ରତିଭା ଅଛି ଏବଂ ବିଶ୍ବ ଏଥିରୁ ଉପକୃତ ହେବ । ବିଶ୍ବର ଯେତିକି ରିଅଲ ଟାଇମ କାରବାର ହୋଇଥାଏ, ସେଥିରୁ ୫୦ ପ୍ରତିଶତ କେବଳ ଭାରତରେ ଘଟିଥାଏ । ଯଦି ଫିଣ୍ଟେକ୍ ଦୁନିଆରେ ବିଶ୍ବର ଅଗ୍ରଣୀ ହେବାକୁ ଚାହୁଁଛନ୍ତି, ତେବେ ଭାରତକୁ କେନ୍ଦ୍ରବିନ୍ଦୁ କରି ବହୁତ ସହଜରେ ଆପଣ ଫିଣ୍ଟେକ୍ ଦୁନିଆରେ ସହଜରେ ଆଗକୁ ଆସିପାରିବେ ।
ବିଜନେସ୍ ଲିଡର୍ସ ସମ୍ମିଳନୀରେ ବାୟୋ ଇନ୍ଧନ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆମେ ୫୦୦ ଗିଗାଓ୍ବାଟର ଲକ୍ଷ୍ୟ ସ୍ଥିର କରିଛୁ, ୨୦୩୦ ସୁଦ୍ଧା ଏହାକୁ ହାସଲ କରିବାକୁ ପଡିବ । ଭାରତ ନ୍ୟୁକ୍ଲିୟର, ହାଇଡ୍ରୋ, ସୋଲାର ଏବଂ ପବନକୁ ଯିବାକୁ ଚାହୁଁଛି । ଆମେ ମଧ୍ୟ ଏକ ନୀତି ପ୍ରସ୍ତୁତ କରିଛୁ । ବାୟୋ ଇନ୍ଧନ ଉପରେ ଭାରତ ଏହାର ନେତୃତ୍ୱ ନେବାକୁ ଚାହୁଁଛି । ”