ସଂଚାର ବ୍ୟୁରୋ: ଆସୁଛନ୍ତି ମୋଦି । ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୋଦିଙ୍କ ଗସ୍ତ ପାଇଁ ପୋଲିସ କମିଶନର ଅଧ୍ୟକ୍ଷତାରେ ବସିଥିଲା ମସୀକ୍ଷା ବୈଠକ । ମୋଦିଙ୍କ ସୁରକ୍ଷାରେ ନିୟୋଜିତ ରହିବେ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ୫୯ ଜଣ ଡିସିପି ରାଙ୍କର ଅଫିସର, ୩୩ ଜଣ ଅତିରିକ୍ତ ଡିସିପି, ୯୩ ଜଣ ଡିଏସପି, ୧୦୬ ଜଣ ଇନସପେକ୍ଟର ଏବଂ ୪୫୦ଜଣ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ରହିବେ ।
ପ୍ରଧାନମନ୍ତ୍ରୀ ବିମାନରୁ ଓହ୍ଲାଇବା ପରେ ଭୁବନେଶ୍ୱର ଏୟାରପୋର୍ଟରୁ ପାଓ୍ବରାହାଉସ ଛକ ପର୍ଯ୍ୟନ୍ତ ହେବ ରୋଡ ସୋ । ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିବେ ଲୋକେ । ଭୁବନେଶ୍ୱରରେ ୧୨ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ସହରକୁ ଏଣ୍ଟ୍ରି କରୁଥିବା ସମସ୍ତ ରୁଟରେ ୧୨ଟି ପାର୍କିଂର ବ୍ୟବସ୍ଥା କରିଛି । ଯେପରି ସହର ଭିତରେ ଲୋକ ଗାଡି ଭର୍ତ୍ତି କରିବେ ନାହିଁ । ଅଯଥାରେ ଟ୍ରାଫିକ ପରିଚାଳନା ବିପର୍ଯ୍ୟସ୍ତ ହେବ ନାହିଁ । ସେନେଇ ଟ୍ରାଫିକ ପୋଲିସ ମାନଙ୍କୁ ମଧ୍ୟ ପରିଚାଳନା ପାଇ ଦାୟିତ୍ବ ଦିଆଯାଇଛି । କେବଳ ରୋଡ ସୋର ସୁରକ୍ଷା ପାଇଁ ୨୫ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସହର ଏବେ ହାଇଆଲର୍ଟ ରହିଛି । ଯେପରି ଅନେକ ସ୍ଥାନରେ ପୋଲିସ ଚେକିଂ ସହ ସହର ଭିତରକୁ ପ୍ରବେଶ କରୁଥିବା ବିଭିନ୍ନ ଗତିବିଧି ଉପରେ ମଧ୍ୟ ନଜର ରଖିଛି ପୋଲିସ । ଇଣ୍ଟେଲିଜେନସକୁ ମଧ୍ୟ ବଢାଯାଇଛି । ଏପରିକି ସହରରେ ରାତ୍ରିକାଳୀନ ଚେକିଂ କଡାକଡି ସହ ବିଭିନ୍ନ ଗେଷ୍ଟ ହାଉସ ଓ ହୋଟେଲରେ ମଧ୍ୟ ଚେକିଂ ଜୋରଦାର ହେଉଛି ।