ସଂଚାର ବ୍ୟୁରୋ: ଗୁରୁବାର ପ୍ୟାରିସ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀରେ ସେମାନଙ୍କୁ ଭେଟିବା ସମୟରେ ଶ୍ରୀ ମୋଦୀ ଅଲିମ୍ପିକ୍ସ କ୍ରୀଡ଼ା ବିଷୟରେ ସେମାନଙ୍କ ଅନୁଭୂତି ଶୁଣିବା ସହ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ।
ଏହା ସହ ମୋଦି କହିଛନ୍ତି କି, ‘‘ପ୍ୟାରିସ୍ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ କଥାବାର୍ତ୍ତା କରିବା ଆନନ୍ଦଦାୟକ ଥିଲା। ଅଲିମ୍ପିକ୍ସ କ୍ରୀଡ଼ା ବିଷୟରେ ସେମାନଙ୍କ ଅନୁଭୂତି ଶୁଣିବା ସହ କ୍ରୀଡ଼ା ପଡ଼ିଆରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିଛି। ପ୍ୟାରିସ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ। ଭାରତ ସରକାର କ୍ରୀଡ଼ାକୁ ସମର୍ଥନ ଜାରି ରଖିବେ ଏବଂ ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସୁନିଶ୍ଚିତ କରିବେ।’’