ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍ କି ବାତ୍ ‘ କାର୍ଯ୍ୟକ୍ରମର ୧୨୪ତମ ରେ ସମ୍ବୋଧିତ କରୁଛନ୍ତି । ଆଜି ଏହି କାର୍ଯ୍ୟକ୍ରମର ୧୨୪ତମ ସଂସ୍କରଣରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଏଥର ପ୍ରଧାନମନ୍ତ୍ରୀ ଓଡ଼ିଶାର କେନ୍ଦୁଝରର ସଂକୀର୍ତ୍ତନ ମଣ୍ଡଳୀ ଏବଂ ମୟୂରଭଞ୍ଜର ସାନ୍ତାଳୀ ଶାଢ଼ି ସମ୍ପର୍କରେ କହିଛନ୍ତି ।
ତେବେ ମୋଦିଙ୍କ ମନକଥାରେ ସ୍ଥାନ ପାଇଲା କେନ୍ଦୁଝରର ରାଧାକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀ କଥା । ପ୍ରମୀଳା ପ୍ରଧାନଙ୍କ ନେତୃତ୍ୱରେ ସଂକୀର୍ତ୍ତନ ମଣ୍ଡଳୀ ଗାଁ ଗାଁ ବୁଲି ଜଙ୍ଗଲ ନିଆଁକୁ ନେଇ ସଚେତନତା ସୃଷ୍ଟି କରୁଛନ୍ତି । ପ୍ରମୀଳା ପ୍ରଧାନ, ପାରମ୍ପରିକ ଗୀତରେ ନୂଆ ଶଦ୍ଦ ଓ ସନ୍ଦେଶ ଯୋଡ଼ି ଲୋକଙ୍କ ପାଖରେ ଭକ୍ତି ସହ ପରିବେଶ ସଂରକ୍ଷଣର ମନ୍ତ୍ର ପହଞ୍ଚାଉଛନ୍ତି।
ସେହିପରି ମୟୂରଭଞ୍ଜର ଶାନ୍ତାଳୀ ଶାଢ଼ୀ ବିଷୟରେ ବି କହିଛନ୍ତି ପ୍ରଧାନମନ୍ତ୍ରୀ । ଜିଲ୍ଲାର ୬୫୦ ଆଦିବାସୀ ମହିଳା ଶାନ୍ତାଳୀ ଶାଢ଼ିର ପୁନରୁଦ୍ଧାର କରୁଛନ୍ତି। ଏହା ମାଧ୍ୟମରେ ମହିଳାମାନେ ହଜାର ହଜର ଟଙ୍କା ରୋଜଗାର କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।