ଗୋପ ବ୍ଲକ ପୟରା ଗାଁରେ ମାଙ୍କଡ ଆତଙ୍କ। ମାଙ୍କଡ କାମୁଡାରେ ୪ରୁ ଉର୍ଦ୍ଧ୍ବ ଗୁରୁତର। ଦୁଇ ସପ୍ତାହ ହେବ ପୟରା ଗାଁରେ ମାଙ୍କଡ ଆତଙ୍କ ଦେଖାଦେଇଛି। ଯାହାଫଳରେ ୩ ଦିନ ହେବ ଗାଁରେ ସ୍କୁଲ ବନ୍ଦ ରହିଥିବା ସହ ଲୋକମାନେ ଘରୁ ବାହାରିବାକୁ ଭୟଭିତ ହେଉଥିଲେ।ଖବର ପାଇଁ ଗୋପ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମାଙ୍କଡକୁ ଧରିବା ପାଇଁ ବନବିଭାଗ ଜୋରଦାର ପ୍ରସ୍ତୁତି କରି ଗୋଟିଏ ମାଙ୍କଡକୁ କାବୁ କରିଛି। ଅନ୍ୟପଟେ ଖାଦ୍ୟ ଅନ୍ୟେଷଣରେ ଗାଁ ଭିତରେ ମାଙ୍କଡ଼ ପଲ ପଶି ଖାଦ୍ୟ ନପାଇ କୌଣସି କାରଣରୁ ପାଗଳ ହୋଇ ଲୋକ ମାନଙ୍କୁ କାମୁଡୁଛନ୍ତି ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି l