ସଂଚାର ବ୍ୟୁରୋ: ବଢ଼ିଲା ବିଧାୟକ, ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀଙ୍କ ଦରମା। ସୂଚନା ଅନୁସାରେ ଏଣିକି ଓଡ଼ିଶା ବିଧାନସଭାର ସଦସ୍ୟ ପାଇବେ ମାସିକ ୪୦ ହଜାର ଟଙ୍କା ପରିବର୍ତ୍ତେ ମାସିକ ୯୬ ହଜାର ଟଙ୍କା। ବାଚସ୍ପତିଙ୍କ ଦରମା ୪୦ ହଜାର ୫୦୦ ଟଙ୍କାରୁ ୯୮ ହଜାର ଟଙ୍କା। ଉପବାଚସ୍ପତିଙ୍କ ଦରମା ୩୮ ହଜାର ଟଙ୍କାରୁ ୯୪ ହଜାର ଟଙ୍କା। ପୂର୍ବତନ ବିଧାୟକଙ୍କ ପେନସନ ଓ ଚିକିତ୍ସା ସହାୟତା ବାବଦ ଅର୍ଥ ଦୁଇଗୁଣ କରାଯାଇଛି। ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାୟକ, ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀଙ୍କ ଦରମା, ଭତ୍ତା, ପେନସନ ସଂଶୋଧନ ବିଲ୍ – ୨୦୨୫ ଆଗତ କରିଥିଲେ। ମାତ୍ର କେଇ ମିନଟର ଆଲୋଚନା ପରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ୪ଟି ଯାକ ବିଲ୍

