ସଂଚାର ବ୍ୟୁରୋ: ସମୁଦ୍ରରେ ନିଖୋଜ ୪୯ ମତ୍ସଜୀବୀଙ୍କ ସହ ୩ଟି ମାଛ ଧରା ଟ୍ରଲର। ନିଖୋଜ ୪୯ ମତ୍ସଜୀବୀଙ୍କୁ ଖୋଜିବା ପାଇଁ ଚାଲିଛି ସର୍ଚ୍ଚ ଅପରେସନ। ସର୍ଚ୍ଚ ଅପରେସନରେ ସାମିଲ କୋଷ୍ଟ ଗାର୍ଡ ସହିତ ହେଲିକପ୍ଟର। ପଶ୍ଚିମବଙ୍ଗ ଦକ୍ଷିଣ ୨୪ପରଗଣା ଜିଲ୍ଲା କାକଦୀପ ସମୁଦ୍ରରେ ଚାଲିଛି ସର୍ଚ୍ଚ ଅପରେସନ। ମାଛ ଧରିବା ପାଇଁ ଗତ ଶନିବାର ଠାରୁ ୩ଟି ମାଛ ଧରା ଟ୍ରଲର ସହ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀ ଯାଇଥିଲେ। ଏ ପର୍ଯ୍ୟନ୍ତ ଘରକୁ ଫେରିନଥିବା କହିଛନ୍ତି କାକଦୀପ ଫିସର୍ ମେନ୍ ଆସୋସିଏସନ୍ ସମ୍ପାଦକ। ଶନିବାର ଠାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିବା କହିଛନ୍ତି। ଶନିବାର ଲଘୁଚାପ ଯୋଗୁଁ ବର୍ଷା ଓ ଝଡ ସୃଷ୍ଟି ହୋଇଥିଲା। ଫଳରେ ଟ୍ରଲର ଫେରିବା ବେଳକୁ କେଉଁଠି ଅଟକିଛି ତାହା ଜଣାପଡ଼ିନଥିବା ବେଳେ ଖୋଜା ଖୋଜି ଜାରି ରହିଛି।