ଭୁବନେଶ୍ୱର : ଆସନ୍ତା ୨୩ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ବଜେଟ୍କୁ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିବ। ବିଧାନସଭାର ଆଗାମୀ ଶୀତ ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ତାହା ୫ ତାରିଖରେ ଗୃହୀତ ହେବ।