Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

23ରେ ମନ୍ତ୍ରୀମଣ୍ଡଳ ଓ ମନ୍ତ୍ରୀ ପରିଷଦ ବୈଠକ

Sanchar Live by Sanchar Live
November 18, 2024
in ଓଡିଶା
0
ରାତିରେ ମୁଖ୍ଯମନ୍ତ୍ରୀଙ୍କ ସମୀକ୍ଷା
0
SHARES
15
VIEWS
FacebookTwitter

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଆସନ୍ତା ୨୩ତାରିଖରେ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତରୁ ଫେରିବା ପରେ ୨୩ତାରିଖ ଅପରାହ୍ନରେ ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିବ ବୋଲି ଜଣାପଡ଼ିଛି। ମୋହନ ମାଝୀ ସରକାରଙ୍କ ଏହି ପ୍ରଥମ ଅତିରିକ୍ତ ଚିଠା ବଜେଟଟି ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ଉପରେ ଆଧାରିତ ରହିଛି ତଥା ବଜେଟର ପୁନଃପ୍ରାଥମିକତା ପାଇଁ ପ୍ରୟାସ କରାଯାଇଛି ।

ଅର୍ଥ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିଙ୍ଗାପୁର ଗସ୍ତରୁ ଫେରିବା ପରେ ଏହି ଚିଠା ବଜେଟକୁ ଉଭୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦର ଅନୁମୋଦନ ମିଳିବ। ୨୩ତାରିଖ ଅପରାହ୍ନରେ ମନ୍ତ୍ରିମଣ୍ଡଳ ବୈଠକ ପାଇଁ ଦିନଧାର୍ଯ୍ୟ ହୋଇଛି । ଅତିରିକ୍ତ ଚିଠା ବଜେଟ ଅନୁମୋଦନ ସହ ୪ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ମଧ୍ୟ ଗୃହରେ ଉପସ୍ଥାପନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି।

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋହନ ସରକାର ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ୍ ଗତ ଜୁଲାଇ ୨୫ତାରିଖରେ ଉପସ୍ଥାପନ କରିଥିଲେ, ଯାହାକି ସେପ୍ଟେମ୍ବର ୧୧ତାରିଖରେ ଅନୁମୋଦନ ଲାଭ କରିଛି । ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ନିଜ ଦମରେ ସରକାର ଗଠନ କରିଥିବା ଯୋଗୁ ପ୍ରଶାସନିକ ବ୍ୟୟ ଅପେକ୍ଷାକୃତ ଗତିଶୀଳ ହୋଇପାରିନି । ତେଣୁ ରାଜ୍ୟ ସରକାର ଏଥର ଅତିରିକ୍ତ ବଜେଟକୁ ଚିରାଚରିତ ଢଙ୍ଗରେ ନକରି ବିଭାଗଗୁଡ଼ିକୁ ବାସ୍ତବ ଆବଶ୍ୟକତା ଓ ଖର୍ଚ୍ଚ କ୍ଷମତା ଉପରେ ଆଧାରିତ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।

ବିଭାଗଗୁଡ଼ିକ ପୂର୍ବରୁ ମନଇଚ୍ଛା ଅତିରିକ୍ତ ବଜେଟ୍ ବ୍ୟୟବରାଦ ପ୍ରସ୍ତାବ ଦେଇ ଆର୍ଥିକ ବର୍ଷ ଶେଷବେଳକୁ ସେହି ଅର୍ଥ ଖର୍ଚ୍ଚ କରିପାରୁନଥିବାରୁ ବହୁଳ ପରିମାଣର ପାଣ୍ଠି ଖର୍ଚ୍ଚ ନହୋଇ ସରେଣ୍ଡର ହେଉଛି । ଅତିରିକ୍ତ ବଜେଟ ବ୍ୟବସ୍ଥାର ଏଭଳି ସରେଣ୍ଡର ଉପରେ ମହାଲେଖାକାର ପ୍ରତିକୂଳ ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ତେଣୁ ଅତିରିକ୍ତ ବଜେଟ୍ ପ୍ରସ୍ତାବ ଅବାସ୍ତବ ଢଙ୍ଗରେ ନକରିବା ପାଇଁ ତାଗିଦ୍ ଏଥର କାମ ଦେଇଛି । ବିଭାଗଗୁଡ଼ିକ ବଜେଟର ପୁନଃପ୍ରାଥମିକତା ନିର୍ଦ୍ଧାରଣ କରିବା ଉପରେ ଗୁରୁତ୍ୱ ଦେଇଥିବା ଅର୍ଥ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ବଜେଟରେ ଚାଷୀଙ୍କ ଧାନ କିଣାରେ ଇନପୁଟ ସହାୟତା, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, ଗରିବ ଲୋକଙ୍କୁ ଦିଆଯାଉଥିବା ମାସିକ ଭତ୍ତା ପରିମାଣ ବୃଦ୍ଧି, ବିକଶିତ ଗାଁ-ବିକଶିତ ସହର-ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ,ସ୍ୱାସ୍ଥ୍ୟବୀମା ଏବଂ ଓଡ଼ିଶା ଜରୁରୀକାଳୀନ ପାଣ୍ଠି(ଓସିଏଫ)ରୁ ଅର୍ଥ ଭରଣା ଆଦି ପାଇଁ ଅତିରିକ୍ତ ବଜେଟରେ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟର ପ୍ରାୟ ୫ରୁ ୮ପ୍ରତିଶତ ମଧ୍ୟରେ ପ୍ରଥମ ଅତିରିକ୍ତ ବଜେଟ ବ୍ୟୟବରାଦ ସୀମିତ ରହିବ ବୋଲି ଅର୍ଥ ବିଭାଗ ସୂତ୍ରରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗତ ଜୁଲାଇ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ।

ShareTweetShareSend
Sanchar Live

Sanchar Live

Next Post
ସିଙ୍ଗାପୁରରେ ଇନ୍‌ଭେଷ୍ଟର୍ସ ମିଟ୍‌; ଓଡ଼ିଶା ବିକାଶ ପାଇଁ ସିଙ୍ଗାପୁର ଏବେ ‘ଷ୍ଟାଟେଜିକ୍ ପାର୍ଟର’

ସିଙ୍ଗାପୁରରେ ଇନ୍‌ଭେଷ୍ଟର୍ସ ମିଟ୍‌; ଓଡ଼ିଶା ବିକାଶ ପାଇଁ ସିଙ୍ଗାପୁର ଏବେ ‘ଷ୍ଟାଟେଜିକ୍ ପାର୍ଟର’

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.