ସଂଚାର ବ୍ୟୁରୋ: ରାଜ୍ୟରେ ଦୀର୍ଦ୍ଧା ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ଦିନକୁ ଦିନ ଖରାପ ଅବସ୍ଥା ଆଡକୁ ଗତି କରୁଛି । ଦଳର ବହୁ ତୁଙ୍ଗ ନେତା ବିଜେପି ଶିବିରରେ ଯୋଗଦେବାକୁ ଯାଉଛନ୍ତି। ଶଙ୍ଖ ଛାଡି ପଦ୍ମ ଧରିବେ ବହୁ ପୂର୍ବତନ ବିଧାୟକ। ଏମିତିରେ ବିଜେଡି ଶିବିର ଖାଲି ହୋଇଯିବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚ ହେଉଥିବାବେଳେ ଭାଜପା ନେତା ଦେଇଛନ୍ତି ବିସ୍ଫୋରକ ବୟାନ। ବିଜେଡିର ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ଏପରି ବଡ଼ ବୟାନ ଦେଇଛନ୍ତି ପାଲଲହଡା ବିଜେପି ବିଧାୟକ ଅଶୋକ ମହାନ୍ତି। ସେ କହିଛନ୍ତି, ବିଜେଡିର ଅନେକ ରାଜ୍ୟସ୍ତରୀୟ ନେତା ଏବଂ ବିଧାୟକ ଭାଜପା ସହ ଯୋଗାଯୋଗରେ ଅଛନ୍ତି। ବିଜେଡି ଛିଡୁଛି ଏବଂ ଭାଜପା ରାଜ୍ୟରେ ବଢୁଛି।
ବହୁତ ଲୋକ ବିଜେଡି ଛାଡି ଭାଜପାରେ ମିଶିବାକୁ ଚାହୁଁଛନ୍ତି। ଅନେକ ନେତା ଲାଇନରେ ଅଛନ୍ତି। ଯେଉଁ ନେତାମାନଙ୍କୁ ବିଜେଡି ସେଠି ଅଣଦେଖା କରିଛି, ସେହିଭଳି କିଛି ନେତୃବୃନ୍ଦ ଖୁବଶୀଘ୍ର ବିଜେଡି ଛାଡି ବିଜେପିରେ ଯୋଗ ଦେବେ।