ସଂଚାର ବ୍ୟୁରୋ: ସଙ୍କୀର୍ତ୍ତନ ଭୋଜି ଖାଇ ୪୬ ଝାଡ଼ା ବାନ୍ତିରେ ଆକ୍ରାନ୍ତ। ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ କାଶୀପାଳ ଗ୍ରାମରେ ଘଟଣା। ଗୁରୁବାର ସଂଧ୍ୟାରେ ସଙ୍କୀର୍ତ୍ତନ ପରେ ଭୋଜି ଖାଇଥିଲେ ଗ୍ରାମବାସୀ। ତେବେ ଅଧିକାଂଶ ଗ୍ରାମବାସୀଙ୍କୁ ଝାଡ଼ା ବାନ୍ତି ହେବାରୁ ଏକ ଡ଼ାକ୍ତରୀ ଟିମ ଗ୍ରାମକୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ଗତକାଲି ୧୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଗୁରୁତର ହୋଇ ଶିର୍ଶା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାକୁ ନେଇ ତଦନ୍ତ ଚାଲିଛି।