ମାଲକାନଗିରି : ଲାଲ୍ବାହିନୀଙ୍କ ଲଙ୍କାକାଣ୍ଡ। ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ନିଜର ଦବଦବା ଜାହିର କଲେ ମାଓବାଦୀ ସଂଗଠନ। ଯାତ୍ରୀବାହି କାରକୁ ନିଆଁ ପୋଡି କରିଦେଲେ ପାଉଁଶ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ବର୍ବର ହିଂସା ଦେଖି ସ୍ଥାନୀୟଲୋକ ଭୟଭୀତ ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଆନ୍ଧ୍ର ତେଲେଙ୍ଗାନା ସୀମାନ୍ତରେ ପୋଲିସ ଏନ୍କାଉଣ୍ଡରରେ ୭ ଜଣ ମାଓବାଦୀ ମୃତ୍ୟୁ ଘଟଣା ପ୍ରତିଶୋଧ ପରାୟଣ ହେଲେ ଲାଲ୍ବାହିନୀ। ସୋମବାର ଦିନ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ର ମାଓପ୍ରବଣ ଜିଲ୍ଲାରେ ବନ୍ଦ ଡାକରା ଦେଇଥିଲେ ମାଓବାଦୀ । ଏହି ସବୁ ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ବିଳମ୍ବିତ ରାତିରେ ଭଦାରି ସରିଭେଲା ଗାଁ ନିକଟସ୍ଥ ମୁଖ୍ୟ ରାସ୍ତାରେ ଏକ କାର୍କୁ ଅଟକାଇ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ । ଯାହାଫଳରେ କାର୍ଟି ପୁରା ଜଳିପୋଡି ପାଉଁଶ ହୋଇଯାଇଛି । ସେପଟେ ଏହି ହିଂସା ସଂପର୍କରେ ଖବର ପାଇ ଚିନ୍ତୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।