ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୦୬ ବ୍ୟାଚ୍ର ଆଇଏଏସ୍ ଶ୍ରୀ ସାହୁଙ୍କୁ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଥିବା ମନୋଜ ସାହୁ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଅଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ସରକାର ବଦଳିବା ପରେ ପ୍ରଶାସନିକ ସ୍ତରରେ ନବକଳେବ ପାଇଁ ଉଦ୍ୟମ ଜାରି ରହିଛି। ପ୍ରାୟ ୭ ମାସ ଭିତରେ ଏକାଧିକ ଥର ଆଇଏଏସ୍, ଆଇପିଏସ୍, ଓଏଏସ୍, ଓପିଏସ୍ ଅଧିକାରୀଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଜାରି ରହିଛି।

