ସଂଚାର ବ୍ୟୁରୋ: ପହଲଗାଓଁ ଆକ୍ରମଣ ଘଟଣାରେ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ବଡ଼ ବୟାନ। କହିଲେ ଆମେହିଁ ଚିତ୍କାର କରି ଚାଲିଛୁ ଘଟଣା ପାଇଁ ପାକିସ୍ତାନ ଦାୟୀ। ହେଲେ ଆମେରିକା ସମେତ ଗୋଟିଏ ବି ଅନ୍ୟ ଦେଶ ପାକିସ୍ତାନକୁ ଦୋଷୀ କରିନାହାନ୍ତି। ପହଲଗାଓଁ ଆକ୍ରମଣ ଘଟଣା ପରେ ୩୩ ଦେଶକୁ କେନ୍ଦ୍ର ପ୍ରତିନିଧିମଣ୍ଡଳି ଗସ୍ତ କରିଥିଲେ। ହେଲେ ଆମେରିକା ସମେତ କେହି ଗୋଟିଏ ବି ଦେଶ ପାକିସ୍ତାନକୁ ଦୋଷୀ ବୋଲି କହିନାହାନ୍ତି। ମଣିଶଙ୍କର ଆୟାରଙ୍କ ବୟାନ ପରେ ରାଜନୈତିକ ବିତର୍କ ସୃଷ୍ଟି ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆୟାର କହିଥିଲେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ କେଉଁ ଏଜେନ୍ସି ଦାୟୀ ତାହା ଆମେ ପ୍ରମାଣ କରିପାରିଲୁ ନାହିଁ। ଆମେ ହିଁ କେବଳ ପାକିସ୍ତାନକୁ ଦୋଷ ଦେଉଛୁ, କିନ୍ତୁ କେହି ଏହାକୁ ଗମ୍ଭୀରତାର ସହ ନେଉନାହାଁନ୍ତି।ସରକାର ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଦାବି କରୁଛନ୍ତି ଯେ ପହଲଗାମ୍ ଆକ୍ରମଣ ଲସ୍କର-ଏ-ତୈବା ଦ୍ୱାରା କରାଯାଇଥିଲା। ନିହତ ଆତଙ୍କବାଦୀମାନଙ୍କୁ ପାକିସ୍ତାନରେ ତାଲିମ ଦିଆଯାଇଥିଲା ଏବଂ ସେଠାରୁ ସେମାନଙ୍କୁ ପାଣ୍ଠି ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହି ଆତଙ୍କବାଦୀମାନଙ୍କୁ ଅପରେସନ୍ ମହାଦେବ ସମୟରେ ଜମ୍ମୁ ଏବଂ କାଶ୍ମୀରର ଜଙ୍ଗଲରେ ନିହତ ହୋଇଥିଲେ। ଜାତିସଂଘ ଏବଂ ଆମେରିକା ଭଳି ପ୍ରତିଷ୍ଠାନ ନୀରବତା ବଜାୟ ରଖିଥିଲା। ଭାରତ କୌଣସି ସଠିକ ଫୋରେନ୍ସିକ କିମ୍ବା ଗୁଇନ୍ଦା ପ୍ରମାଣ ଉପସ୍ଥାପନ କରିପାରିନଥିଲା ବୋଲି କହିଛନ୍ତି ମଣିଶଙ୍କର ଆୟର।