ମଣିପୁରରେ ପୁଣି ତେଜିଲା ହିଂସା। ମଣିପୁର ଦେଇ ଯାଇଥିବା ୨ ନମ୍ବର ସାଧାରଣ ଜନତାଙ୍କ ଲାଗି ଖୋଲିବାକୁ ନେଇ ଦେଖାଦେଇଥିବା ବିରୋଧ। ଜାତୀୟ ରାଜପଥ ଉପରକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ କୁକି ସମ୍ପ୍ରଦାୟର ଶତାଧିକ ସଂଖ୍ଯାରେ ଆନ୍ଦୋଳନକାରୀ।। ବିରୋଧ ପ୍ରଦର୍ଶନ କରି ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ୨୭ ଜଣ ପୋଲିସ ଆହତ ହୋଇଛନ୍ତି। ପୋଲିସ ଜନତା ସଂଘର୍ଷ ଘଟି ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। କୁକି ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇ ଏଭଳି ସ୍ଥିତି ଉପଜିଛି।ପରିସ୍ଥିତି ବିଗିଡିବା ପରେ ଆଖପାଖର କିଛି ଅଂଚଳରେ କର୍ଫ୍ୟୁ ଲାଗୁ କରିଛି ଜିଲ୍ଲା ପ୍ରଶାସନ। ମୁକ୍ତ ବିଚରଣକୁ ବିରୋଧ କରି କୁକି ସମ୍ପ୍ରଦାୟ ଏହି ପ୍ରତିବାଦ କରିଥିଲେ। ରାସ୍ତାକୁ ଅବରୋଧ କରିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ହଟାଇବାକୁ ଚେଷ୍ଟା କରିବାବେଳେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କୁ ବଳପ୍ରୟୋଗ କରିବାକୁ ପଡିଥିଲା। ବିଶେଷକରି କାଙ୍ଗପୋକପି ଅଂଚଳରେ କର୍ଫ୍ୟୁ ଜାରି କରାଯାଇଛି। ଗତ ୨ ବର୍ଷ ଧରି ମଣିପୁରରେ ହିଂସା ପରିସ୍ଥିତି ଲାଗି ରହିଛି। ଗତ ମାର୍ଚ୍ଚ ପହିଲାରେ କେନ୍ଦ୍ର ଗୃହମନ୍ତ୍ରୀ ମଣିପୁର ଗସ୍ତରେ ଆସି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଥିରେ ଆଜିଠାରୁ ମଣିପୁରରେ ଗମନାଗମନ ବ୍ୟବସ୍ଥା ସଚଳ କରିବାକୁ ଗୁରୁତ୍ଵାରୋପ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ।…