ଉତ୍ତରାଖଣ୍ଡର ହରିଦ୍ୱାରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ସକାଳେ ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ରୁ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । କିନ୍ତୁ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଏପରି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । SDRF ଉତ୍ତରାଖଣ୍ଡ ପୋଲିସ, ସ୍ଥାନୀୟ ପୋଲିସ ଏବଂ ଅନ୍ୟ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ସମ୍ପର୍କ ବାବଦରେ ଜାଣିବାକୁ ନିରନ୍ତର ଭାବେ ପ୍ରଶାସନ ଯୋଗାଯୋଗରେ ରହିଛି । ଏହା ସହିତ ଶ୍ରଦ୍ଧାଳୁଙ୍କ ଆଶୁଆରୋଗ୍ୟ ପାଇଁ କାମନା କରିଛନ୍ତି ।