ବିଜେପି ରାଜ୍ୟ ସଭାପତି ପଦକୁ ନେଇ ସବୁ କଳ୍ପନାଜଳ୍ପନାର ଅନ୍ତ । ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ହେବେ ମନମୋହନ ସାମଲ । ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ କରିଛନ୍ତି ନାମାଙ୍କନ ଦାଖଲ । ଆଜି ବିଧିବଦ୍ଧ ଘୋଷଣା ସହ ନୂଆ ଇନିଂସ ଆରମ୍ଭ କରିବେ ମନମୋହନ । ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ୩୨ ଜଣ ବି କରିଛନ୍ତି ଆବେଦନ ଏବେ କେବଳ ଔପଚାରିକ ଘୋଷଣାକୁ ରହିଛି ଅପେକ୍ଷା ।
ଆଜି ନାମାଙ୍କନ ପତ୍ର ଯାଞ୍ଚ ପରେ ଯଦି ଆବେଦନ ଠିକ୍ ଥାଏ ସଭାପତି ଭାବେ ମନମୋହନ ସାମଲଙ୍କ ନାଁ ବିଧିବଦ୍ଧ ଘୋଷଣା କରିବେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ । ରାଜ୍ୟ ସଭାପତି ପଦ ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପାଇଁ ଓଡ଼ିଶାରୁ ୩୨ ଜଣ ଆବେଦନ କରିଥିବା ସୂଚନା ଦେଇଛନ୍ତି ଜୟସ୍ବାଲ । ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ବିଜେପି ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ମନମୋହନ ସାମଲ । ଆଉ ସେ ଯେବେଯେବେ ଦଳର ମଙ୍ଗ ଧରିଛନ୍ତି ରାଜ୍ୟ ବିଜେପି ଚାଖିଛି କ୍ଷମତାର ସ୍ବାଦ । ପ୍ରଥମ ପାଳିରେ ୧୯୯୯ ରୁ ୨୦୦୦ ଯାଏ ରାଜ୍ୟ ସଭାପତି ଦାୟିତ୍ବ ସମ୍ଭାଳିଥିଲେ ମନମୋହନ