ଦିନକୁ ଦିନ ବଢିଚାଲିଛି ଯାତ୍ରା କଳାକାର ଏବଂ ଯାତ୍ରା ମାଲିକଙ୍କ ମଧ୍ୟରେ ବିବାଦ। କେତେବେଳେ ମାଲିକମାନେ ଯାତ୍ରା କଳାକାରଙ୍କ ଦରମା ଦେଉନାହାନ୍ତି ତା କେତେବେଳେ ତାଙ୍କୁ ଅଭିନୟ କରିବାର ସୁଯୋଗ ଦେଉନାହାନ୍ତି। ହେଲେ ଗତକାଲି ଶୁଣିବାକୁ ମିଳିଛି ଏକ ସଂଗୀନ ଅଭିଯୋଗ ଯାତ୍ରା ଅଭିନେତ୍ରୀଙ୍କୁ ମାମୁନି ଷଡ଼ଙ୍ଗୀଙ୍କୁ ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଲ ମାଡ଼ ମାରିଛନ୍ତି। ତେଣୁ ଅଭିନେତ୍ରୀ ମାମୁନି ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି। ତୁଳସୀ ଗଣନାଟ୍ୟ ଓ ଅଶୋକ ସମ୍ରାଟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାରେ ଅଭିଯୋଗ କରାଯାଇଛି। ବାକି ଟଙ୍କା ମାଗିବାରୁ ଯାତ୍ରାମାଲିକ ମାଡ଼ ସହ ଧମକ ଦେବା ଅଭିଯୋଗ ହୋଇଛି।
ପୋଲିସ ତଦନ୍ତ ଅନୁଯାୟୀ, ତୁଳସୀ ଗଣନାଟ୍ୟ ଓ ଅଶୋକ ସମ୍ରାଟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାରେ ଅଭିଯୋଗ ହେବା ପରେ ଅଭିଯୋଗକୁ ଆଧାର କରି ଯାତ୍ରା ମାଲିକଙ୍କୁ ଯୋଗାଯୋଗ କରୁଛି ପୋଲିସ। ତେବେ ପୂର୍ବରୁ ମଧ୍ୟ ଯାତ୍ରାମାଲିକଙ୍କ ନାରେ ଅନ୍ୟ ଏକ ଯାତ୍ରା କଳାକାର ସମାନ ଅଭିଯୋଗ ଆଣିଥିଲେ କିନ୍ତୁ ଅଭିଯୋଗ ପରେ ଯାତ୍ରା ମାଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ସେହି ସମାନ ଅଭିଯୋଗ ଅନ୍ୟଜଣେ ଅଭିନେତ୍ରୀ ଆଣିବା ପରେ ଏହି ଘଟଣା ଉପରେ ଅଧିକ ଗୁରୁତର ଦେଇଛି ପୋଲିସ।