ସଂଚାର ବ୍ୟୁରୋ: ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମୋହନ ମାଝୀଙ୍କ ସହ କଥା ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଓଡ଼ିଶାରେ ରହୁଥିବା ଅନେକ ବଙ୍ଗୀୟ ପ୍ରବାସୀ ଶ୍ରମିକଙ୍କୁ ମାଡ଼ ଦିଆଯାଉଥିବା ଅଭିଯୋଗ ହୋଇଛି । ଏନେଇ ମମତା ମୋହନ ଚରଣ ମାଝୀଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି । ଏହି ଖବର ନବାନ୍ନ ସୂତ୍ରରୁ ପ୍ରକାଶ ପାଇଛି । ସୂଚନାନୁସାରେ, ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଫୋନରେ ଆଶ୍ୱାସନା ଦେଇଛନ୍ତି । ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଓଡିଶା ସରକାର ମାଧ୍ୟମରେ ମମତା ବାନାର୍ଜୀ, ପ୍ରବାସୀ ଶ୍ରମିକମାନଙ୍କୁ ପଶ୍ଚିମବଙ୍ଗକୁ ଫେରାଇ ନେବାକୁ ଅନୁରୋଧ କରିଛନ୍ତି ।
ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ସାଇକେଲରେ ମାନାହରୀ ସାମଗ୍ରୀ ବିକ୍ରି କରୁଥିବା ବିକ୍ରେତାଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳିଛି । ବିକ୍ରେତାଙ୍କୁ ଆଧାର କାର୍ଡ ଦେଖାଇବାକୁ କୁହାଯାଉଛି । ଆଧାର କାର୍ଡ ଦେଖାଇ ନ ପାରିବାରୁ ମାଡ଼ ମାରିଥିବା କୁହାଯାଇଛି । ସୂତ୍ର ଅନୁଯାୟୀ, ବାଂଲାଦେଶରେ ଅଶାନ୍ତ ପରିସ୍ଥିତି ସାମ୍ନାକୁ ଆସିବା ପରେ ସେହି ରାଜ୍ୟରେ ରହୁଥିବା କିଛି ବଙ୍ଗୀୟ ପ୍ରବାସୀ ଶ୍ରମିକଙ୍କୁ ହଇରାଣ କରାଯାଉଛି । ବାଂଲାଦେଶୀ ସନ୍ଦେହରେ ସେମାନଙ୍କୁ ମାରଧର କରାଯାଇଥିବା ଅଭିଯୋଗ ହୋଇଛି । ଏହି ପରିସ୍ଥିତି ବିଷୟରେ ଶୁଣିବା ପରେ ମମତା ବାନାର୍ଜୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଫୋନ କରିଥିଲେ । ଏ ବାବଦରେ ପଦକ୍ଷେପ ନେବାକୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।