ସଂଚାର ବ୍ୟୁରୋ: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଲ୍ଯାଣ୍ଡମାଇନ ବିସ୍ଫୋରଣ। ଏଥିରେ ଦୁଇ ଜଣ ସିଆରପିଏଫ ଯବାନ ଆହତ ହୋଇଥିବା ଜଣାପଡିଛି। ବାସାଗୁଡା ଥାନା ଅନ୍ତର୍ଗତ ପୁତକେଲ ସିଆରପିଏଫ କ୍ଯାମ୍ପର କୋବ୍ରା ବାଟାଲିଆନର ଯବାନମାନେ ଆଜି ସକାଳେ କେରିପୁ ଜଙ୍ଗଲକୁ କମିଂ ଅପରେସନ ଲାଗି ଯାଉଥିଲେ। ଏହି ସମୟରେ ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ଘଟଣାସ୍ଥଳରେ ଦୁଇ ଯବାନ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ଚିକିତ୍ସା ଲାଗି ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂକୁ ଆହୁରି ଜୋରଦାର କରାଯାଇଛି।