ସେ ସବୁବେଳେ ନିଜର ଫିଟନେସ୍ ଓ ଗ୍ଲୋଇଙ୍ଗ୍ ସ୍କିନ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ମଲାୟିକା । ସବୁଠାରୁ ଆଶ୍ଚର୍ଯ୍ୟ କଥା ସେ ୫୧ ବୟସରେ ମଧ୍ୟ ସେ ତାଙ୍କ ଫିଟନେସକୁ ବଜାଇ ରଖିଛନ୍ତି । ଏହି ଚମକୁ ଥିବା ଚେହେରା ଓ ଫିଟନେସ ପଛରେ କଣ ରାଜ୍ ରହିଛି ଆସନ୍ତୁ ଜାଣିବା..
ବଲିଉଡର ବେଶ୍ ଲୋକପ୍ରିୟ ଅଭିନେତ୍ରୀ ମଲାଇକା ଅରୋରା ନିଜର ସୌନ୍ଦର୍ଯ୍ୟତା ଏବଂ ଆକର୍ଷଣୀୟତା ପାଇଁ ବହୁ ପ୍ରଶଂସକ ତାଙ୍କୁ ବହୁତ ପ୍ରଂଶସା କରିଥାନ୍ତି । ଏହି ବୟସରେ ମଧ୍ୟ ସେ ଝଟକୁଛନ୍ତି । ପ୍ରାୟ ସେ ସବୁ ସମୟରେ ନିଜର ଫିଟନେସକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ସେ ।
ବଢୁଥିବା ବୟସ ସହ ଅଭିନେତ୍ରୀ ନିଜ ସ୍କିନ ଓ ନିଜର ବେଶ୍ ଧ୍ୟାନ ରଖିଥାନ୍ତି । ଏଥିପାଇଁ ସେ ୫୧ ବୟସରେ ମଧ୍ୟ ୟଙ୍ଗ ଦେଖାଯାଉଛନ୍ତି । ତେବେ ଅଭିନେତ୍ରୀ ନିଜ ଷ୍ଟାଇଲ ସହ ,ନିଜ ଡାଏଟ ଓ ବାୟାମକୁ ଧ୍ୟାନ ଦିଅନ୍ତି । ସୁସ୍ଥ ଖାଦ୍ୟ ସହିତ ସେ ନିଜର ଦୌନନ୍ଦିନ ରୁଟିନ କୁ କଡାକଡି ଭାବେ ପାଳନ କରନ୍ତି ।
ମଲାଇକା ଅରୋରା ନିଜ ସୋସିଆଲ ମିଡିଆରେ ନିଜ ସ୍କିନକୁ ନେଇ କିଛି ଗୁରିତ୍ବପୂର୍ଣ୍ଣ ବିଷୟରେ କିଛି ଖାସ କଥା ସେୟାର କରିଥିଲେ । ସେ କହିଥିଲେ ମେକଅପ ପୂର୍ବରୁ ସେ ନିଜ ମୁହଁରେ ଫେସିଆଲ୍ ଅଏଲ୍ ଲଗାଇଥାନ୍ତି । ଯାହା ଫଳରେ ଚେହେରାରେ ଗ୍ଲୋ ରହିଥାଏ । ଫେସିଆଲ୍ ଅଏଲ୍ ଲଗାଇବା ଫଳରେ ତ୍ବଚାକୁ ପୋଷଣତା ମିଳିଥାଏ । ଫେସିଆଲ୍ ଅଏଲ ଆପଣ ଲଗାଇବା ପୂର୍ବରୁ ଆପଣ ମୁହଁରେ ମଇଶ୍ଚରାଇଜର ଲଗାଇପାରିବେ ।
ଏହାପରେ ମଲାଇକା କହିଥିଲେ ଅଏଲିଙ୍ଗ ପରେ ସେ ନିଜ ମୁହଁରେ ଜେଡ୍ ରୋଲର ସାହାଯରେ ଆଖି ତଳେ ଥିବା କଳାଦାଗ ଉପରେ ମସାଜ୍ କରିଥାନ୍ତି । ଏହାପରେଅଭିନେତ୍ରୀ ଜଣଙ୍କ ଫେସିଆଲ୍ ମସାଜ୍ କରିଥାନ୍ତି । ଏହା କରିବା ଦ୍ବାରା ମୁହଁରେ ରକ୍ତ ସଞ୍ଚାଳନ ହୋଇଥାଏ ।ଯାହା ଫଳରେ ମୁହଁର ସୌନ୍ଦର୍ଯ୍ୟତାତା ବଢିଥାଏ
ଅଭିନେତ୍ରୀ ତାଙ୍କ ଓଠରେ ଲିପବାମ ଲଗାଇଥାନ୍ତି । ଯାହା ଫଳରେ ଓଠ ସୁସ୍ଥ ରହିବା ସହ ଆକର୍ଷଣୀୟ ରହିଥାଏ ।
ମସାଜ୍ ପରେଅଭିନେତ୍ରୀ ଆଖି ତଳେ ଏକ ପ୍ରକାର ପ୍ୟାଚ ଲଗାଇଥାନ୍ତି । ଫଳରେ ଆଖି ତଳେ ରହିଥିବା ସ୍ଥାନ ଗୁଡିକ ମଜବୁତ ରହିଥାଏ ..କଳା ଦାଗ ହୋଇନଥାଏ । କେବଳ ଏତିକି ନୁହେଁ ଆଖିତଳେ ଥିବା ଦାଗକୁ ସମ୍ପୁର୍ଣ୍ଣ ଭାବେ ଦୂର କରିଦେଇଥାଏ ।
ମଲାଇକା ଅରୋରା କହିଛନ୍ତି ବୟସ ବଢିବା ସହିତ ନେକ ଲାଇନ ମଧ୍ୟ ସଙ୍କୁଚିତ ହୋଇଥାଏ । ଏଥିପାଇଁ ବେକକୁ ମଧ୍ୟ ଯତ୍ନ ନେବା ଜରୁରୀ ହୋଇଥାଏ । ମୁହଁର ଯତ୍ନ ପରେ ସେ ନିଜ ବେକର ମଧ୍ୟ ଯତ୍ନ ନେଇଥାନ୍ତି । ଏବଂ ବେକରେ ମଲାଇକା ମଇଶ୍ଚରାଇଜର ଲଗାଇଥାନ୍ତି ।
ଗ୍ଲୋଇଙ୍ଗ ସ୍କିନ୍ ସହ ମଲାଇକାଙ୍କ ଫିଟନେସକୁ ନେଇ ବହୁତ ଚର୍ଚା ହୋଇଥାଏ । ନିଜ ଫିଟନେସ ଓ ଗ୍ଲୋଇଙ୍ଗ ସ୍କିନ ପାଇଁ ମଲାଇକା ଯୋଗର ସାହାରା ନେଉଛନ୍ତି । ପୋଷଣ ଖାଦ,ଭଲ ଜୀବନଶୈଳୀ,ଏବଂ ପ୍ରତିଦିନ ଯୋଗ,ଓ ବାୟାମକୁ ନିଜ ଜୀବନର ଏକ ଅଂଶ କରିବା ବହୁତ ଜରୁରୀ ଅଟେ । ଯୋଗ କରିବା ଦ୍ବାରା ସେ ୟଙ୍ଗ ଓ ସୁସ୍ଥ ରହିଥାନ୍ତି ବୋଲି ବିଶ୍ବାସ କରନ୍ତି ।